ଜଗନ୍ନାଥ ମନ୍ଦିର ପାଇଁ ପୂର୍ଣ୍ଣକାଳୀନ ପ୍ରଶାସକ କେବେ? ମାସେ ପୁରିବାକୁ ବସିଲାଣି, ହେଲେ ଅଧିକାରୀ ଖୋଜିପାଉନାହାନ୍ତି କି ସରକାର?

କାହିଁକି ଜଣେ ପୂର୍ଣ୍ଣକାଳୀନ ଅଫିସରଙ୍କୁ ପୁରୀମନ୍ଦିର ଦାୟିତ୍ୱ ଦେବାପାଇଁ ନିଷ୍ପତ୍ତି ନେବାକୁ ସରକାରଙ୍କୁ ଏତେଦିନ ଲାଗୁଛି? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାହିଁକି ସରକାର ଏନେଇ ତତ୍ପରତା ଦେଖାଉନାହାନ୍ତି । ଖାଲି ଏତିକି ନୁହେଁ, ମନ୍ଦିର ସଂସ୍କାର ପାଇଁ ଦେଶର ସର୍ବୋଚ୍ଚକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ଦିଗରେ ମଧ୍ୟ ସେଭଳି ସକରାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳୁନାହିଁ ।

158

ପୁରୀ ପାଇଁ ଆଖି ଝଲସା ଘୋଷଣା, ନୂଆ ରୁପରେଖକୁ ନେଇ ଭିଡିଓ ଭିତରେ ଓଡିଆଙ୍କ ଅସ୍ମିତାର ପରିଚୟ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସରକାରଙ୍କ ଦାୟିତ୍ୱବୋଧ କେତେ, ତାକୁ ନେଇ ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ମନ୍ଦିର ସଂସ୍କାର ସଂକ୍ରାନ୍ତୀୟ ମାମଲାର ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କହିଥିଲେ, ମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ଦାୟିତ୍ୱ ଦେବା ପାଇଁ । ହେଲେ ଦିନ ପରେ ଦିନ ବିତୁଛି, ମାତ୍ର ପୁରୀ ମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ସରକାର ଏଯାଏଁ ଦାୟିତ୍ୱ ଦେଇପାରିନାହାନ୍ତି । ହେଲେ କାହିଁକି?

ନଭେମ୍ବର ୪ ତାରିଖରେ ମାମଲାର ଶୁଣାଣି କରି ରାୟ ଦେଇଥିଲେ ସର୍ବୋଚ୍ଚକୋର୍ଟ । କହିଥିଲେ, ବିନା କୈାଣସି ଅତିରିକ୍ତ ଦାୟିତ୍ୱ ବିନା ଜଣେ ପ୍ରଶାସକଙ୍କୁ ପୁରୀ ଶ୍ରୀମନ୍ଦିର ଦାୟିତ୍ୱ ଦିଆଯାଉ । ଅର୍ଥାତ୍, ଏବେ ରାଜ୍ୟସରକାର ଯେଉଁଭଳି ଏକାଧିକ ଦାୟିତ୍ୱ ସମ୍ଭାଳୁଥିବା ଜଣେ ଅଧିକାରୀଙ୍କୁ ବା କେନ୍ଦ୍ରାଂଚଳ ଆରଡିସି ଦାୟିତ୍ୱରେ ଥିବା ଜଣେ ଅଫିସରଙ୍କୁ ପୁରୀ ମନ୍ଦିର ଦାୟିତ୍ୱ ଦେଉଥିଲେ, ତାହା ଆଉ ସମ୍ଭବପର ହେବନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ମାସେ ପୁରିବାକୁ ବସିଲାଣି, ହେଲେ ରାଜ୍ୟ ସରକାରଙ୍କ ସ୍ତରରେ ଏନେଇ କୈାଣସି ତତ୍ପରତା ଦେଖିବାକୁ ମିଳୁନାହିଁ ।

କାହିଁକି ଜଣେ ପୂର୍ଣ୍ଣକାଳୀନ ଅଫିସରଙ୍କୁ ପୁରୀମନ୍ଦିର ଦାୟିତ୍ୱ ଦେବାପାଇଁ ନିଷ୍ପତ୍ତି ନେବାକୁ ସରକାରଙ୍କୁ ଏତେଦିନ ଲାଗୁଛି? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାହିଁକି ସରକାର ଏନେଇ ତତ୍ପରତା ଦେଖାଉନାହାନ୍ତି । ଖାଲି ଏତିକି ନୁହେଁ, ମନ୍ଦିର ସଂସ୍କାର ପାଇଁ ଦେଶର ସର୍ବୋଚ୍ଚକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ଦିଗରେ ମଧ୍ୟ ସେଭଳି ସକରାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳୁନାହିଁ ।

ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି ୨୦୦୨ ବ୍ୟାଚ ଆଇଏଏସ ଅଧିକାରୀ କ୍ରିଷନ କୁମାର । ବଡ କଥା କହୁଛି, ଏଥିସହିତ ସେ ପୂର୍ତ୍ତ ବିଭାଗର ସଚିବ ଓ ପୁରୀ-କୋଣାର୍କ ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ସେ ତୁଲାଉଛନ୍ତି । ଅର୍ଥାତ୍, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କ୍ରିଷନ କୁମାର ଯଦି ପୁରୀ ମନ୍ଦିର ଦାୟିତ୍ୱରେ ରହିବେ, ତାଙ୍କୁ ଅନ୍ୟ ଦୁଇ ପଦ ଛାଡିବାକୁ ପଡିବ, ଅଥବା ଯଦି ଅନ୍ୟ ଦୁଇଟି ବିଭାଗର ଦାୟିତ୍ୱ ତୁଲାଇବେ, ତେବେ ପୁରୀ ମନ୍ଦିର ଦାୟିତ୍ୱ ତାଙ୍କଠାରୁ ବାହାର କରି ଅନ୍ୟ ଜଣେ ଅଧିକାରୀଙ୍କୁ ରାଜ୍ୟ ସରକାର ଦେବା କଥା ।

ହେଲେ ଏଥିରେ କାହିଁକି କେଜାଣି, ସରକାରୀ ସ୍ତରରେ ଏେନେଇ ସେଭଳି ତତ୍ପରତା ପ୍ରକାଶ ପାଇନାହିଁ । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ସରକାରଙ୍କ ପ୍ରାଥମିକତା ତାଲିକାରେ ଶ୍ରୀମନ୍ଦିର ଆସୁଛି ନା ନାହିଁ । ମାସେ ପରେ ମଧ୍ୟ ଯଦି ଜଣେ ଅଧିକାରୀଙ୍କୁ ସରକାର ଖୋଜି ପାଉନାହାନ୍ତି, ତେବେ କେଉଁଠି ନା କେଉଁଠି ଆନ୍ତରିକତାର ଅଭାବ ଥିବା ସାାଁରଣରେ ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ସରକାର ହଜାର ହଜାର କୋଟି ଖର୍ଚ୍ଚ କରି ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ପୁରୀକୁ ଗଢି ତୋଳିବାକୁ ତତ୍ପରତା ଦେଖାଉଛନ୍ତି । ଆଖିଝଲସା ନକ୍ସା ଏବଂ ମନଲୋଭା ଭିଡିଓ ତିଆରି କରି ବିକାଶର କଥା କହି ଲୋକଙ୍କ ସାମ୍ନାରେ ରଖୁଛନ୍ତି, ମାତ୍ର ଯେଉଁ ମନ୍ଦିରକୁ ନେଇ ସାରା ଓଡିଶା ଗର୍ବ କରୁଛି, ଆଉ ଯେଉଁ ମନ୍ଦିରକୁ ଆୟୁଧ କରି ପୁରୀକୁ ଐତିହ୍ୟସହର ଭାବେ ଗଢିତୋଳିବାକୁ ସରକାର ଯୋଜନାମାନ ପ୍ରସ୍ତୁତ କରୁଛନ୍ତି, ସେହି ମନ୍ଦିରର ଦାୟିତ୍ୱରେ ଜଣେ ଅଧିକାରୀଙ୍କୁ ନଦେଇପାରିବା, କୈାଣସି ନା କୈାଣସି ଜାଗାରେ ଅନେକ ସନ୍ଦେହ ସୃଷ୍ଟି କରୁଛି ଆଉ ସରକାରଙ୍କ ଆନ୍ତରିକତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।