ଏପ୍ରିଲ ୪ରେ ଖୋଲିପାରେ ‘ରତ୍ନଭଣ୍ଡାର’ ! କେବେ ଓ କିପରି ରତ୍ନଭଣ୍ଡାରର ହେବ ମରାମତି, ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

23

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଖୋଲାଯାଇପାରେ ରତ୍ନଭଣ୍ଡାର । ଏନେଇ ଆଜି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହା ସହିତ ରତ୍ନଭଣ୍ଡାର ଯାଂଚ ପରେ କେବେ ଓ କିପରି ଏହାର ମରାମତି କରାଯିବ ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୫ତାରିଖରେ ପରବର୍ତି ଶୁଣାଣି ହେବ ।

ratna bhandarଅନ୍ୟପଟେ ଆଜି ବସିବ ଛତିଶା ନିଯୋଗ ବୈଠକ । କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ଗତକାଲି ପରିଚାଳନା କମିଟିର ବୈଠକ ବସିିଥିଲା । ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେମାନଙ୍କ ସ୍କାନିଂ କରାଯିବ । କୌଣସି ବ୍ୟକ୍ତିଗତ ଜିନିଷ ସେମାନେ ଭିତରକୁ ନେଇପାରିବେ ନାହିଁ । ଧୋତି , ଗାମୁଛାଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ । ରତ୍ନଭଣ୍ଡାର ଯାଞ୍ଚର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ତେବେ ଅଳଙ୍କାର ଓ ଅନ୍ୟ ଜିନିଷର ଭିଡିଓଗ୍ରାଫି ହେବନାହିଁ । କେବଳ ଛାତ ଓ କାନ୍ଥର ଭିଡିଓଗ୍ରାଫି ହେବ । ଭିତରରୁ ଯିବା ଲୋକଙ୍କର ସ୍କାନିଂ ଓ ଫେସ୍କିଂ ହେବ ।

ଏହାଭିତରେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୁରୀ ଗଜପତି । ଶ୍ରୀମନ୍ଦିର ପରିଚାଳନା ନେଇ ବିଭନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗଜପତି । ବୈଠକରେ ଶ୍ରୀମନ୍ଦିର ଉନ୍ନତି ପ୍ରସଙ୍ଗରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ସଂପର୍କରେ ୫ଟି ଯୋଜନା ଓ ସେବକଙ୍କ ପାଇଁ ୨ ଟି ଯୋଜନା ସଂପର୍କରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଚାରି ପାଶ୍ୱର୍ର ବିକାଶଯୋଜନା,ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ , ଜଗନ୍ନାଥ ବଲ୍ଲଭ ମଠର ଉନ୍ନତି ଓ ବଡଦାଣ୍ଡର ସୌନ୍ଦର୍ଯ୍ୟ ନେଇ ପ୍ରସ୍ତାବ ରଖିଛନ୍ତି ଗଜପତି । ବୈଠକରେ ପୁରୀ ଜିଲ୍ଲାପାଳ, ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସକ, ଆଇନ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ରତ୍ନଭଣ୍ଡାର ଖୋଲିବା ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସୁଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଗଜପତି ମହାରାଜଙ୍କ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଇଛି ।