ଆଜିଠୁ ନୂଆ ନିୟମ ! ଏହି ସ୍ମାର୍ଟଫୋନ ବ୍ୟବହାରକାରୀ ଆଉ ଚଲାଇ ପାରିବେନି ହ୍ୱାଟସଆପ୍ ।

667

ସାରା ଦୁନିଆରେ ହ୍ୱାଟସଆପ, ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ ଆପ୍ ଅଟେ । ପ୍ଲେ ଷ୍ଟୋର ହେଉ କିମ୍ବା ଆପଲ୍ ଷ୍ଟୋର, ଦୁଇଟି ଯାକ ପ୍ଲାଟଫର୍ମରୁ ଏହି ଆପକୁ କୋଟି କୋଟି ଲୋକ ଡାଉନଲୋଡ୍ କରିଛନ୍ତି । ଦିନକୁ ଦିନ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ଷ ବର୍ଷ ଧରି ଏହି ଆପ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଏବେ ଆସିଛି ଖରାପ ଖବର । ହ୍ୱାଟସଆପ ପକ୍ଷରୁ ସେହି ସ୍ମାର୍ଟଫୋନ ଗୁଡିକର ଲିଷ୍ଟ ଜାରି କରାଯାଇଛି, ଯେଉଁଥିରେ ଆଜିଠାରୁ  ହ୍ୱାଟସଆପ୍ ସେବା ବନ୍ଦ ହୋଇଯାଇଛି । ଆସନ୍ତୁ ଜାଣିବା କେଉଁ କେଉଁ ସ୍ମାର୍ଟଫୋନରେ ହ୍ୱାଟସଆପ ସେବା ବନ୍ଦ ହୋଇଛି ।

ଆଣ୍ଡ୍ରଏଡ ୨.୧ (ଇକଲାୟର) , ଆଣ୍ଡ୍ରଏଡ ୨.୨ , ନୋକିଆ ଏସ-୪୦, ଆସା ସିରିଜ, ନୋକିଆ ସିମ୍ବିଆନ ଏସ-୬୦ ଭଳି ସ୍ମାର୍ଟ ଫୋନ ଗୁଡିକରେ ଏଣିକି ହ୍ୱାଟସଆପ ଅପଡେଟ ହୋଇପାରିବ ନାହିଁ କିମ୍ବା ପୂର୍ବରୁ ଥିବା ଆକାଉଣ୍ଟକୁ ଚଲାଇପାରିବେ ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ଏହି ସ୍ମାର୍ଟଫୋନ ଗୁଡିକରେ ହ୍ୱାଟସଆପ ଚାଲିପାରିବ ନାହିଁ । ଏହାତ ଥିଲା ଛୋଟମୋଟ ସ୍ମାର୍ଟଫୋନ ବିଷୟରେ ଏବେ ଆସନ୍ତୁ ଜାଣିବା ଆଇଫୋନ ଏବଂ ବ୍ଲାକବେରି ବିଷୟରେ ।

ଆଇଫୋନ ସ୍ମାର୍ଟଫୋନ ମଧ୍ୟରେ, ଆଇଫୋନ ୩ଜିଏସ ଏବଂ ଆଇଏସଓ ୬ ଭଳି ସ୍ମାର୍ଟଫୋନ ଗୁଡିକରେ ହ୍ୱାଟସଆପ କାମ କରିବା ବନ୍ଦ କରିସାରିଛି । ଯେଉଁମାନେ ବ୍ଲାକବେରି ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । ବ୍ଲାକବେରି ଓଏସ, ବ୍ଲାକବେରି ୧୦ ଭଳି ସ୍ମାର୍ଟଫୋନ ଗୁଡିକରେ ଯଦିଓ ହ୍ୱାଟସଆପ ଏଯାଏଁ ବନ୍ଦ ହୋଇନାହିଁ କିନ୍ତୁ ଆଗାମୀ ଦିନରେ ଏହି ଫୋନ ଗୁଡିକରେ ହ୍ୱାଟସଆପ ବନ୍ଦ ହେବାର ବିଶେଷ ସମ୍ଭାବନା ରହିଛି । ଏଥିସହିତ ସ୍ମାଟଫୋନ ୱିଣ୍ଡୋଜ ୮.୦ ଏବଂ ୱିଣ୍ଡୋଜ ୭ ରେ ମଧ୍ୟ ଏହି ବର୍ଷ ହ୍ୱାଟସଆପକୁ ବନ୍ଦ କରିଦିଆଯିବ । ଏହି ସ୍ମାର୍ଟଫୋନ ଗୁଡିକରେ ହ୍ୱାଟସଆପ ବ୍ୟବହାର କରୁଥିବା ଲୋକମାନେ ନିଜର ଚାଟକୁ ଟ୍ରାନ୍ସଫର କରିପାରିବେ ନାହିଁ । ଟ୍ରାନ୍ସଫର କରିବାକୁ ହେଲେ ଇମେଲ ଜରିଆରେ କରିପାରିବେ ।