ହ୍ୱାଟ୍ସଆପ ଆଣିବ ନୂଆ ଫିଚର୍ସ ! ଏଣିକି ହ୍ୱାଟ୍ସଆପ ନଖୋଲି ବି ୟୁଜର୍ସ ଦେଖିପାରିବେ ଭିଡିଓ । 

ହ୍ୱାଟ୍ସଆପ ଏବେ ଏପରି ଏକ ଫିଚର୍ସ ଗ୍ରାହକ ମାନଙ୍କ ପାଇଁ ଆଣିବାକୁ ଯାଉଛି ଯାହା ସାହାଯ୍ୟରେ ଗ୍ରାହକମାନେ ହ୍ୱାଟ୍ସଆପ ଓପନ ନକରି ମଧ୍ୟ ଭିଡିଓ ଦେଖି ପାରିବେ

281
ହ୍ୱାଟ୍ସଆପ  ଅନେକ ସମୟରେ ବିଭିନ୍ନ ପ୍ରକାର ଫିଚର୍ସ ଗ୍ରାହକଙ୍କ ପାଇଁ ଲଞ୍ଚ କରିଥାଏ । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଫିଚର୍ସ ଲଞ୍ଚ ହୋଇଥାଏ । ଗତ କିଛି ଦିନ ତଳେ ହ୍ୱାଟ୍ସଆପ ଗ୍ରାହକମାନଙ୍କ ପାଇଁ ହ୍ଵାଟ୍ସଆପ୍ ଆଇଓଏସ୍ ବିଟା ଆପ୍ ଲଞ୍ଚ କରିଥିଲା । ଠିକ ସେହିଭଳି ହ୍ୱାଟ୍ସଆପ ଏବେ ଏପରି ଏକ ଫିଚର୍ସ ଗ୍ରାହକ ମାନଙ୍କ ପାଇଁ ଆଣିବାକୁ ଯାଉଛି ଯାହା ସାହାଯ୍ୟରେ ଗ୍ରାହକମାନେ ହ୍ୱାଟ୍ସଆପ ଓପନ ନକରି ମଧ୍ୟ ଭିଡିଓ ଦେଖି ପାରିବେ ।
ସୂଚନା ଅନୁଯାୟୀ, ଏବେ କମ୍ପାନୀ ଆଉ ଏକ ନୂଆ ଫିଚରକୁ ନେଇ କାମ ଚଳାଇଥିବା ଜଣାପଡ଼ିଛି । ଏହି ଫିଚର ଉପଲବ୍ଧ ହେବା ପରେ ବ୍ୟବହାରକାରୀମାନେ ଆପକୁ ନ ଖୋଲି ନୋଟିଫିକେସନ ବାରରେ ହିଁ ଭିଡିଓ ଦେଖି ପାରିବେ । କିନ୍ତୁ ପ୍ରଥମେ ଏହି ସୁବିଧା ଆଇଫୋନ ବ୍ୟବହାରକାରୀଙ୍କୁ ମିଳି ସାରିଥିବା ଜଣାପଡ଼ିଛି । ଆପଲ ନିଜ ଆପ୍ ଷ୍ଟୋରରୁ ସବୁ ହ୍ଵାଟ୍ସଆପ୍ ଷ୍ଟିକର ହଟାଇବାର ଘୋଷଣା କରିବା ପରେ ହ୍ଵାଟ୍ସଆପ୍ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସାମ୍ନାକୁ ଆସିଛି । ଆଇଓଏସ୍ ବିଟା ୟୁଜର୍ସ, ଯେଉଁମାନଙ୍କ ଫୋନରେ ୨.୧୮.୧୦୨.୫ ଭର୍ସନ ଇନଷ୍ଟଲ ଅଛି,ସେମାନେ ହିଁ ହ୍ଵାଟ୍ସଆପର ଏହି ନୂଆ ଫିଚରକୁ ବ୍ୟବହାର କରି ପାରିବେ । ନୂଆ ଫିଚର ବ୍ୟବହାର କିପରି କରାଯିବ, ସେ ନେଇ ଏ ପର‌୍ୟ୍ୟନ୍ତ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।