ବର୍ଷାପାଗକୁ , ଅସନା ପରିବେଶ ଆଣୁଛି ମ୍ୟାଲେରିଆ ଜ୍ୱର ! ଜାଣନ୍ତୁ ଏହି ସମୟରେ କ’ଣ ଖାଇବେ ଏବଂ କ’ଣ ନଖାଇବେ ।

721

ଡେଙ୍ଗୁ ଓ ଟାଇଫଏଡ ଭଳି ମ୍ୟାଲେରିଆ ମଧ୍ୟ ଏକ ସାଙ୍ଘାତିକ ଜ୍ୱର । ଏହି ଜ୍ୱର ହେଲେ ମଣିଷ ଥରିବାକୁ ଲାଗିଥାଏ । କେବଳ ସେତେକି ନୁହେଁ ମ୍ୟାଲେରିଆ ହେଲେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଯାଇଥାଏ । ବେଳେ ବେଳେ ଠିକ ଚିକିତ୍ସା ନହେଲେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ତେବେ ଯଦି ଆପଣ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ, ତେବେ ଜାଣନ୍ତୁ ଆପଣ କ’ଣ ଖାଇବା ଉଚିତ।

-ପିପଳି ଚୁର୍ଣ୍ଣକୁ ମହୁରେ ମିଶାଇ ସେବନ କରିଲେ ମାଲେରିଆ ଜ୍ୱରରୁ ମୁକ୍ତି ମିଳିଥାଏ।

-ଚାଉଳ-ଡାଲିର ଖେଚୁଡି,ଦଲିୟା,ସାଗୁଦାନା ଆଦି ମଧ୍ୟ ଖାଇଲେ ଭଲ। ଏହା ଶୀଘ୍ର ହଜମ ହୋଇଥାଏ ଓ ତାହା ପୁଷ୍ଟିକର ମଧ୍ୟ।

-ଲେମ୍ବୁକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଓ ସୈନ୍ଧବ ଲୁଣ ପକାଇ ଚାଟିଲେ ମଧ୍ୟ ମାଲେରିଆ ରୋଗୀଙ୍କ ପାଇଁ ତାହା ଲାଭଦାୟକ।

-ମାଲେରିଆ ଜ୍ୱରାକ୍ରାନ୍ତ ବ୍ୟକ୍ତି ପାଚିଲା ଅମୃତଭଣ୍ଡା ଖାଇବା ମଧ୍ୟ ଉଚିତ।

-ତୁଳସୀ ପତ୍ର ଓ ଗୋଲମରିଚ ପାଣିରେ ମିଶାଇ ଫୁଟାନ୍ତୁ। ତା’ପରେ ତାକୁ ଛାଣି ପିଇଲେ ବି ତାହା ଲାଭଦାୟକ ହୋଇଥାଏ ମ୍ୟାଲେରିଆ ରୋଗୀଙ୍କ ପାଇଁ। ମ୍ୟାଲେରିଆ ରୋଗୀଙ୍କୁ ସେଓ ଖାଇବାକୁ ଦିଅନ୍ତୁ।

କ’ଣ ଖାଇବେ ନାହିଁ:

ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ। ମ୍ୟାଲେରିଆ ରୋଗୀକୁ ଆମ୍ବ, ଡାଳିମ୍ବ, ଲିଚୁ ଓ କମଳା ଆଦି ଖାଇବାକୁ ଦିଅନ୍ତୁ ନାହିଁ।
-ଦହି,ଗାଜର ଓ ମୂଳା ଆଦି ମଧ୍ୟ ନ ଖାଇବା ଭଲ। ଅମ୍ଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ସେବନ ନ କରିବା ଭଲ।