ଟାଇଫଏଡ୍ ରୋଗରେ ପୀଡିତ ବ୍ୟକ୍ତିଙ୍କୁ କ’ଣ ଖାଇବା ଉଚିତ୍ ଜାଣନ୍ତୁ ।

66

ବ୍ୟାକ୍ଟେରିଆ ସାଲମୋନେଲା ଟାଇଫି ମଣିଷ ଶରୀରକୁ ପ୍ରବେଶ କଲେ ଟାଇଫଏଡ଼୍ ଭଳି ସମସ୍ୟା ଦେଖାଯାଇଥାଏ । ଏହି ବ୍ୟାକ୍ଟେରିଆ ଜମା ହୋଇଥିବା ପାଣି, ଦୂଷିତ ଅଞ୍ଚଳ ଏବଂ ଦୂଷିତ ଖାଦ୍ୟରେ ରହିଥାଏ । ଏହି ରୋଗ ସଂକ୍ରାମକ ହୋଇଥିବା ବେଳେ ବର୍ଷାଦିନେ ଏହା ଅଧିକ ହେବାର ସମ୍ଭାବନା ରହିଥାଏ । ଏହି ରୋଗ ହେଲେ ମୁଣ୍ଡ ବିନ୍ଧା ହେବା, ଜ୍ୱର ହେବା, ଥକାପଣ ଅନୁଭବ ହେବା, ପେଟ ଫୁଲିବା ଏବଂ ଛାତି ବିନ୍ଧିବା ଭଳି ଲକ୍ଷଣ ଦେଖାଯାଇଥାଏ । ଠିକ୍ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ଅନ୍ୟକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥାଏ । ଏହା ପାଇଁ ଠିକ୍ ଚିକିତ୍ସା ସହ ଠିକ୍ ଖାଦ୍ୟ ମଧ୍ୟ ଖାଇବା ଦରକାର । ଯାହା ଦ୍ୱାରା ଟାଇଫଏଡ୍ରୁ ଶୀଘ୍ର ମୁକ୍ତି ମିଳି ପାରିବ । ଆସନ୍ତୁ ଜାଣିବା ଟାଇଫଏଡ୍ ହୋଇଥିଲେ କେଉଁ ସବୁ ଜିନିଷ ଖାଇବା ଦରକାର।

୧. ଯେଉଁ ଲୋକମାନେ ଟାଇଫଏଡ୍ର ଶିକାର ହୋଇଥାନ୍ତି ସେମାନଙ୍କୁ ଡ଼ାକ୍ତର କଦଳୀ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏଥିରେ ଥିବା କ୍ୟାଲୋରି ଟାଇଫଏଡ୍ ସମୟରେ ହେଉଥିବା ଓଜନ ହ୍ରାସକୁ ରୋକିଥାଏ । ସେଥିପାଇଁ ଟାଇଫଏଡ୍ ଜ୍ୱରର ଶିକାର ହୋଇଥିବା ରୋଗୀର ଡ଼ାଏଟ୍ରେ କଦଳୀ, ପାସ୍ତା, ସିଝା ଆଳୁ, ହ୍ଵାଇଟ୍ ବ୍ରେଡ଼୍ ଇତ୍ୟାଦି ରଖିବା ଲାଭଦାୟକ ହୋଇଥାଏ ।

୨. ଟାଇଫଏଡ୍ ଜ୍ୱରର ଶିକାର ହେବା ପରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ । ସେଥିପାଇଁ ଅଧିକ ପାଣି ଥିବା ଫଳକୁ ଟାଇଫଏଡ୍ ରୋଗୀର ଡ଼ାଏଟ୍ରେ ସାମିଲ କରିବା ନିହାତି ଆବଶ୍ୟକ ।

୩. ଟାଇଫଏଡ୍ ଜ୍ୱର ହୋଇଥିବା ବ୍ୟକ୍ତି ତରଳ ଖାଦ୍ୟ ବା ଅର୍ଦ୍ଧ ତରଳ ଖାଦ୍ୟ ଖାଇବା ଜରୁରୀ । ବିଶେଷ କରି ସିଝା ଭାତ, ସିଝା ଆଳୁ ବା ଅଣ୍ଡା ପୋଚ୍ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ କାର୍ବୋହାଇଡ଼୍ରେଟ୍ ଅଧିକ ଥିବାରୁ ଟାଇଫଏଡ୍ ଜ୍ୱରରୁ ଶୀଘ୍ର ମୁକ୍ତି ମିଳିଥାଏ ।

୪. ଯେଉଁ ଥିରେ ଚିନିର ମାତ୍ରା ଅଧିକ ରହିଛି, ସେସବୁ ଜିନିଷକୁ ଟାଇଫଏଡ୍ ରୋଗୀକୁ ଦେବା ଦରକାର । ଯେମିତିକି ମହୁ । ଟାଇଫଏଡ୍ ଜ୍ୱର ସମୟରେ ମହୁ ଖାଇବା ଦ୍ୱାରା ଟାଇଫଏଡ୍ ରୋଗୀକୁ ଆରାମ ମିଳିଥାଏ ।