ଗାଁ ରେ କ’ଣ କରୁଛନ୍ତି ସଚିନ ? କ୍ରିକେଟର ଭଗବାନଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ

38

ସଚିନ ତେନ୍ଦୁଲକର, କ୍ରିକେଟର ଭଗବାନ । କେବଳ ଏତିକିରେ ଅଟକି ଯାଇନି ତାଙ୍କର ପରିଚୟ । ଜଣେ ଦେଶଭକ୍ତ ଭାବେ ଦେଶପାଇଁ ତାଙ୍କର ରହିଛି ଅତୁଳନୀୟ ଅବଦାନ । ଦେଶର ହିତ ପାଇଁ ସେ ଏଭଳି କାମ କରୁଛନ୍ତି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ତେନ୍ଦୁଲକର ରାଜ୍ୟସଭା ସାଂସଦ ଭାବେ ମହାରାଷ୍ଟ୍ରର ଦଂଜା ଗାଁ କୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଛନ୍ତି । ଏନେଇ ସଚିନ ଟ୍ୱିଟରେ ଜଣାଇଛନ୍ତି । ସେ ଲେଖିଛନ୍ତି ଦଂଜା ଗାଁ କୁ ମୁଁ ହୃଦୟର ସହ ଭଲ ପାଉଛି ।

ଗାଁ ପାଇଁ ଥିବା ସମସ୍ତ ଆଶାକୁ ପୂରଣ କରିବା ପାଇଁ ଚେଷ୍ଟା କରୁଛି । ସୁଖ ଓ ଶାନ୍ତି ଜୀବନ ବିତାଇବା ପାଇଁ ଅନେକ ବାଟ ଯାଇଛିା ଆଗକୁ ଆହୁରି ବହୁତ ବାଟ ଯିବାକୁ ଅଛି । କିନ୍ତୁ ଏହା ଗାଁ ଏବେ ସପଳତାର ସହ ଅଗ୍ରସର ହେଉଛି ।

ଆଦର୍ଶ ଗ୍ରାମ ଯୋଜନାରେ ସେ ମହାରାଷ୍ଟ୍ରର ଓସମାବାଦ ଜିଲ୍ଲାର ଦଂଜା ଗାଁକୁ ଗ୍ରହଣ କରିଛନ୍ତି । ପୋଷ୍ୟ ଗାଁ ଭାବେ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଏହି ଗାଁ କୁ ଆସିଥିଲେ । ଗାଁ ଲୋକଙ୍କ ଭବ୍ୟ ସ୍ୱାଗତରେ ବିମୋହିତ ହୋଇଯାଇଥିଲେ ସଚିନ । ଗାଁରେ ଥିବା ସ୍କୁଲକୁ ଯାଇ ପିଲାଙ୍କ ସହ ମିଶିଥିଲେ ।

ଗାଁ ପିଲାଙ୍କ ସହ କ୍ରିକେଟ ଖେଳିଥିଲେ କ୍ରିକେଟ ଭଗବାନ ।ଏତେ ପାଖରେ ସଚିନଙ୍କୁ ପାଇ ଉତ୍ସାହିତ ହୋଇଥିଲେ ଗାଁପିଲା । ଗାଁର ବିକାଶ ପାଇଁ ସାଂସଦ ପାଣ୍ଠିରୁ ଚାରି କୋଟି ଟଙ୍କା ଦେବାପାଇଁ ଘୋଷଣା କରିଛନ୍ତି । ଦଂଜାକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣକରିବା ପୂର୍ବରୁ ସଚିନ ନେଲୋର ଜିଲ୍ଲାର ଗୋଟିଏ ଗାଁ କୁ ମଧ୍ୟ ଗ୍ରହଣ କରିଥିଲେ । ଗାଁର ଆବଶ୍ୟକୀୟ ବିକାଶ ହେବା ପରେ ସଚିନ ଗାଁ ଲୋକଙ୍କ ସହ କଥା ହୋଇଥିଲେ ।