କ୍ୟାପସୁଲ ସହିତ ଯେଉଁ ଆବରଣ ଖାଆନ୍ତି; ପେଟକୁ ଗଲେ ତାହାର କ’ଣ ହୁଏ, ଜାଣିଛନ୍ତି କି?

352

ଔଷଧ ରୂପେ କ୍ୟାପସୁଲ ଖାଉଥିବା ବେଳେ ମନ ଭିତରେ ଏହା ଉଙ୍କି ମାରେ ଯେ, କ୍ୟାପସୁଲର ପ୍ଲାଷ୍ଟିକ କଭର ପେଟକୁ ଗଲେ କ’ଣ ହୁଏ ? ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ମିଳିବ । କିନ୍ତୁ ସେଥିପାଇଁ ସର୍ବପ୍ରଥମେ ଏହା ଜାଣିବାକୁ ପଡିବ ଯେ, କ୍ୟାପସୁଲର ଆବରଣ କେଉଁଥିରେ ତିଆରି ? କ’ଣ ଏହା ପ୍ରକୃତରେ ପ୍ଲାଷ୍ଟିକ୍ ?

କ୍ୟାପସୁଲରେ ଦୁଇ ପ୍ରକାରର ଆବରଣ ଥାଏ । ଏକ ହାର୍ଡ ସେଲ ଓ ଅନ୍ୟଟି ସଫ୍ଟ ସେଲ୍ । ଉଭୟ ଆବରଣ ବାୟୋ-ଡିଗ୍ରେଡେବଲ୍ ସମାଗ୍ରୀରୁ ତିଆରି ହୋଇଥାଏ । ଦୁଇ ପ୍ରକାରର କଭର ଥିବା କ୍ୟାପସୁଲ Aqueous solutions ଭଳି ଏକ ଜୀବ କିମ୍ବା ଗଛପତ୍ରର ପ୍ରୋଟିନରେ ତିଆରି ହୋଇଥାଏ ।

ଯେଉଁ କ୍ୟାପସୁଲର କଭର ପଶୁଙ୍କ ପ୍ରୋଟିନରୁ ତିଆରି ହୋଇଥାଏ, ସେହି ସାମଗ୍ରୀକୁ ଜିଲେଟିନ୍ କୁହାଯାଏ । ଯାହାକି ପଶୁଙ୍କ ହାଡ, ଚର୍ମକୁ ଫୁଟାଇ ବାହାର କରାଯାଏ । ଏହା କୁକୁଡା, ମାଛ, ବାରାହ ଓ ଗାଈ ଏବଂ ତାହାର ପ୍ରଜାତିର ଅନ୍ୟ ପଶୁଙ୍କ ଠାରୁ ପ୍ରସ୍ତୁତ ହୁଏ । ଯେଉଁ କ୍ୟାପସୁଲର କଭର ଗଛର ପ୍ରୋଟିନ୍ କିମ୍ବା ଗଛର ଚୋପାରୁ ତିଆରି ହୁଏ, ସେଥିପାଇଁ ସେଲ୍ୟୁଲୋଜ୍ ପ୍ରଜାତିର ଗଛର ବ୍ୟବହାର କରାଯାଏ । ଜିଲେଟିନ୍ କୋଲେଜନ୍ ରୁ ତିଆରି ହୁଏ । ଏହି ତନ୍ତୁ ଜାତୀୟ ପଦାର୍ଥ ପଶୁଙ୍କ ହାଡ, ଉପାସ୍ଥି ଓ ପେଶୀ ବନ୍ଧ ରେ ପାଇବାକୁ ମିଳେ । ଜିଲେଟିନର ବ୍ୟବହାର ଜେଲି ତିଆରି କରିବାରେ ମଧ୍ୟ ବ୍ୟବହାର ହୁଏ ।

ସ୍ୱାସ୍ଥ୍ୟ ସହ ଜଡିତ ଅନେକ ଗବେଷଣା ଏହା କହେ ଯେ, ଅଧିକାଂଶ ଔଷଧ କମ୍ପାନୀ ପଶୁଙ୍କ ଉତ୍ପାଦରୁ ତିଆରି ଜିଲେଟିନ୍ କଭର ଥିବା କ୍ୟାପସୁଲ ହିଁ ବିକ୍ରି କରନ୍ତି । ଜୈନଧର୍ମାବଲମ୍ବୀ ଲୋକମାନେ ୟୁନିୟନ ହେଲଥ ମିନିଷ୍ଟ୍ରିରେ ଏହି କଥା ଉଠାଇସାରିଛନ୍ତି । ସେମାନେ ଜିଲେଟିନ୍ ରୁ ତିଆରି କ୍ୟାପସୁଲ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ ।

ଜିଲେଟିନରେ କ୍ୟାପସୁଲ କଭର ତିଆରି କରିବାକୁ ନେଇ ମାର୍ଚ୍ଚ ୨୦୧୭ରେ ମେନକା ଗାନ୍ଧୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏକ ଚିଠି ମଧ୍ୟ ଲେଖିଥିଲେ, ଯାହାକି ବହୁତ ଚର୍ଚ୍ଚାରେ ରହିଥିଲା । ଏଥିରେ ସେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ହେବାର କଥା କହି କ୍ୟାପସୁଲର କଭରକୁ ଗଛର ଚୋପାରେ ତିଆରି କରିବାକୁ ଅନୁରୋଧ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜିଲେଟିନ୍ ବଦଳରେ ଗଛର ଚୋପାରେ କ୍ୟାପସୁଲର ଆବରଣ ତିଆରି କରିବାକୁ କମିଟିର ଗଠନ ମଧ୍ୟ କରିଥିଲେ ।