ପାରାକୁ ବଞ୍ଚାଇବାକୁ ପାଇଁ ୫ ମିନିଟ ଅଟକିଲା ଟ୍ରେନ୍ ! ଜାଣନ୍ତୁ କଣ ରହିଛି ପ୍ରକୃତ ଘଟଣା ।
ଭାରତୀୟ ରେଳବାଇ ଦ୍ୱାରା ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତୀୟ ରେଳବାଇ ଦ୍ୱାରା ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଡ଼ିର ମାଞ୍ଝାରେ ଫସି ରହିଥିବା ପାରାକୁ ବଞ୍ଚାଇବା ପାଇଁ ପଶ୍ଚିମ ରେଳପଥ ଯେଉଁ ପଦକ୍ଷେପ ନେଇଥିଲା, ତାହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବୁଧବାର ଗୁରୁଗ୍ରାମ ରେଳ ଷ୍ଟେସନରେ ସକାଳ ସମୟରେ ସବୁ ଲୋକ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବ୍ୟସ୍ତ ହେଉଥିବା ବେଳେ ଜଣେ ଯାତ୍ରୀ ଷ୍ଟେସନ ମାଷ୍ଟରଙ୍କୁ ମାଞ୍ଝାରେ ଫସି ରହିଥିବା ପାରାଙ୍କ କଥା ଆସି ଜଣାଇଥିଲେ । ପାରାଟି ଗୁଡ଼ିର ମାଞ୍ଝାରେ ଫସି ଯାଇଥିବା ଜଣାଇବା ପରେ ଷ୍ଟେସନ ମାଷ୍ଟର ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଅଧିକାରୀଙ୍କୁ ଏ ଖବର ଦେଇଥିଲେ । ଯାହା ପରେ ଟ୍ରେନକୁ ୫ମିନିଟ୍ ଅଟକାଯିବା ସହ ପାଓ୍ଵାର ସପ୍ଲାଏ ବନ୍ଦ କରାଯାଇଥିଲା । ସକାଳ ୧୦:୨୮ରୁ ୧୦:୩୩ ପର୍ୟ୍ୟନ୍ତ ଟ୍ରେନକୁ ଅଟକା ଯାଇ ପାରାକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏ ଖବରଟି ପଶ୍ଚିମ ରେଳପଥର ଟୁଇଟର ଆକାଉଣ୍ଟରେ ଟୁଇଟ୍ କରାଯିବା ପରେ ଖବରଟି ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ଜଣେ ମହିଳାଙ୍କର ହଠାତ୍ ଟ୍ରେନରେ ମାସିକ ଧର୍ମ ହୋଇ ପେଟରେ ଯନ୍ତ୍ରଣା ହେବାରୁ ଏ ନେଇ ଭାରତୀୟ ରେଳବାଇକୁ ଖବର ଦିଆ ଯାଇଥିଲା । ଯାହା ପରେ ପୀଡ଼ିତାଙ୍କୁ ଔଷଧ ଯୋଗାଇ ଦିଆ ଯାଇଥିଲା ।