ରେଳ ଷ୍ଟେସନରେ ଜଗି ରହିଛନ୍ତି ଯମରାଜ ! ନିୟମ ଭାଙ୍ଗୁଥିବା ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି, ଲୋକଙ୍କୁ ସଚେତନ କରୁଛନ୍ତି ।

670

କନକ ବ୍ୟୁରୋ : ଭାରତୀୟ ରେଳବାଇକୁ ଯମରାଜ୍ ଭରସା ! ନିୟମ ଭାଙ୍ଗୁଥିବା ଲୋକଙ୍କୁ ନିଆରା ଶିକ୍ଷା । ସାଧାରଣତଃ ଯମଙ୍କ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । କିନ୍ତୁ ସେହି ଯମରାଜଙ୍କୁ ଭରସା କରି ଲୋକମାନଙ୍କୁ ସଚେତନ କରାଉଛି ଭାରତୀୟ ରେଳବାଇ । ଆଉ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମାୟାନଗରୀ ମୁମ୍ବାଇରୁ ।

ଅଧିକାଂଶ ଯାତ୍ରୀ ରେଳବାଇର ନିୟମକୁ ମାନିନଥାନ୍ତି । ଯେପରିକି ଅନଧିକୃତ ଭାବେ ରେଳଲାଇନ୍ ପାର୍ ହେବା । ତେବେ ଏଠି ଯଦି ଆପଣ ଏପରି ଭାବେ ରେଳଲାଇନ୍ ପାରି ହେଉଛନ୍ତି, ତେବେ ଆଗରେ ଛିଡା ହୋଇଥିବେ ଯମରାଜ ।

ମୁମ୍ବାଇରେ ଆରପିଏଫ ସହ ମିଶି ପଶ୍ଚିମତଟ ରେଳବାଇ ଯମରାଜଙ୍କ କ୍ୟାରେକ୍ଟର ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ କରୁଛନ୍ତି । ଏବଂ ରେଳବାଇର ଏପରି ପଦକ୍ଷେପକୁ ଅନେକ ସ୍ୱାଗତ କରିଛନ୍ତି । ଏବଂ ଯାତ୍ରୀମାନେ ରେଳବାଇର ନିୟମ ବାବଦରେ ସଚେତନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ରେଲୱେ ପକ୍ଷରୁ ଜାରି କରାଯାଇଥିବା କିଛି ଫଟୋରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଯମରାଜଙ୍କ ବେଶରେ ନିଜକୁ ସଜାଇ, ଯମରାଜଙ୍କ ଭଳି ପୋଷାକ ପରିଧାନ କରି ଏବଂ ହାତରେ ଏକ ଗଦା ଧରି ରେଲୱେ ଷ୍ଟେସନରେ ପରିକ୍ରମା କରୁଛନ୍ତି । ଏବଂ ଯେଉଁ ଯାତ୍ରୀ ନିୟମ ଉଲ୍ଲଂଘନ କରୁଛନ୍ତି, ତାଙ୍କୁ କାନେ୍ଧଇ ନେଇଯାଉଛନ୍ତି ଯମରାଜ ।