ପ୍ରଥମ ଦିନିକିଆରେ ହାରିଲା ଭାରତ । ହେଟମେୟର ଏବଂ ହୋପଙ୍କ ଦମଦାର ଶତକ, ବିରାଟ ବାହିନୀକୁ ମାତ୍ ଦେଇ ୮ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ ।

226

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ହାରିଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀକୁ ୮ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ହାଇଭୋଲଟେଜ୍ ଲଢେଇରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓି୍ୱକେଟ୍ ହରାଇ ୨୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।

୨୮୮ ରନର ବିଜୟଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ପାଇଁ ଆସିଥିବା ୱେଷ୍ଟଇଣ୍ଡିଜକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ୧୧ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବେ ଓପନର ସୁନୀଲ ଅମ୍ବ୍ରିସ(୯ରନ୍‌)ଙ୍କୁ ହରାଇବା ପରେ ହୋପ୍‌ ଓ ହେଟମେର ଧୈଯ୍ୟର ସହିତ କ୍ରିଜ୍‌ ଉପରେ ଛିଡ଼ା ହୋଇଥିଲେ । ପରେ ସିମରନ୍ ହେଟମେୟର ଏବଂ ଶାଇ ହୋପଙ୍କ ଜବରଦସ୍ତ ଶତକୀୟ ପାଳି ବଳରେ ମ୍ୟାଚଟିକୁ ଅତି ସହଜରେ ଜିତିନେଇଥିଲା ୱେଷ୍ଟଇଣ୍ଡିଜ । ଦମଦାର ଶତକୀୟ ପାଳି ପାଇଁ ସିମରନ୍ ହେଟମେୟରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି । ୱେଷ୍ଟଇଣ୍ଡିଜ୍‌ର ଏହି ବିଜୟ ପଛରେ ଦଳର ଖେଳାଳି ସାଇ ହୋପ୍‌ (ଅପରାଜିତ ୧୦୨ ରନ୍‌, ୧୫୧ ବଲ, ୭ ଚୌକା, ୧ ଛକା) ଓ ସିମରନ୍‌ ହେଟମେର (୧୩୯ ରନ୍‌, ୧୦୬ ବଲ, ୧୧ ଚୌକା, ୭ଛକା)ଙ୍କ ବଡ଼ ଯୋଗଦାନ ରହିଛି।