ବିରାଟ ବ୍ରିଗେଡର ଯୁବ ବୋଲରଙ୍କ ଆଗରେ ଧରାଶାୟୀ ହେଲା ୱେଷ୍ଟଇଣ୍ଡିଜ୍ । ଭାରତ ଆଗରେ ଧାର୍ଯ୍ୟ କଲା ୯୬ ରନର ଟାର୍ଗେଟ୍ ।

241

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଯୁବ ବୋଲିଂ ବାହିନୀ ଆଗରେ ଧରାଶାୟୀ ହେଲା ୱେଷ୍ଟଇଣ୍ଡିଜ୍ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ନିଜର ୯ଟି ୱିକେଟ ହରାଇ ମାତ୍ର ୯୫ ରନ୍ କରିବାକୁ ସକ୍ଷମ ହୋଇଛି । ଆଜିର ଏହି ହାଇଭୋଲଟେଜ୍ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ।

ତେବେ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ୱେଷ୍ଟଇଣ୍ଡିଜ୍ । କିରଣ ପୋଲାର୍ଡ (୪୯), ଏବଂ ନିକୋଲାସ ପୂରଣ (୨୦)ଙ୍କୁ ଛାଡିଦେଲେ ଇଣ୍ଡିଜ ଦଳର ଆଉ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ତେବେ ଭାରତ ପକ୍ଷରୁ ନବଦୀପ ସାଇନି ସର୍ବାଧିକ ୩ଟି ୱିକେଟ୍ ହାସଲ କରିଥିବା ବେଳେ ଭୁବନେଶ୍ୱର କୁମାର ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।