କନକ ବ୍ୟୁରୋ : ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ୪ଟାରେ ଭେଟିବା ନେଇ ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ଆଜି ନବୀନଙ୍କୁ ସାକ୍ଷାତ କରିବାକୁ ମମତା ସମୟ ମାଗିଥିଲେ । ଦୁଇ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ଏବେ ତାହା ଉପରେ ସମସ୍ତଙ୍କ ନଜର । ମୋଦିଙ୍କ ବିରୋଧରେ ଅଣ ବିଜେପି ମେଂଟ ଗଠନ ନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ବିଜେପି ବିରୋଧରେ ସବୁ ଆଂଚଳିକ ଦଳ ଏକାଠି ହେବାକୁ କହିଛନ୍ତି ଦିଦି ।
ଆଜି ଅପରାହ୍ନ ୪ଟାରେ ନବୀନଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ : ମହାମେଂଟ ନେଇ ଆଗ୍ରହ ପ୍ରକାଶ କରିଥିଲେ ମମତା
/kanak/media/post_attachments/wp-content/uploads/2017/04/vlcsnap-2017-04-20-14h47m26s848.png)