ଓଦା ହେବ ଦୀପାବଳୀ ! ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୪୮ ଘଂଟାରେ ନେବ ଲଘୁଚାପର ରୂପ । ପ୍ରଭାବରେ ରାଜ୍ୟରେ ୨୭ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
କନକ ବ୍ୟୁରୋ: ଓଦା ହୋଇପାରେ ଦୀପାବଳୀ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଶେଷଜ୍ଞ କହିବାନୁଯାୟୀ ଅକ୍ଟୋବର ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ । ୨୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଯାହାକି ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ବି ବର୍ଷା ଲାଗିରହିବାର ସମ୍ଭାବନା ରହିଛି । ସୋମବାର ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ଦୁଇ ଦିନ ରହିବ । ୨୨ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ତାମିଲନାଡ଼ୁ ସଂଲଗ୍ନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୩ ତାରିଖରେ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ୨୪ରେ ଆନ୍ଧ୍ର ଉପକୂଳ ନିକଟରେ ରହିବାର ସମ୍ଭାବନା ରହିଛି ।