କନକ ବ୍ୟୁରୋ: ଆଜି ସକାଳୁ ଅନେକ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାକୁ ଦେଖି ଦୀପାବଳି ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ, ଦୀପାବଳିରେ ପ୍ରବଳ ବର୍ଷା ହେବ, ପାଗ କୋହଲା ରହିବ ବାଣଫୁଟେଇବାର ମଜା ରହିବ ନାହିଁ ବୋଲି ଏମିତି ଅନେକ କଥା କୁହାଯାଉଥିବା ବେଳେ ଆଜି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ପ୍ରକାଶ ପାଇଛି।

Advertisment

publive-image

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୭ ତାରିଖରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ଓଦା ହେବ ନାହିଁ ଦୀପାବଳି ବୋଲି କୁହାଯାଉଛି। କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ଗଞ୍ଜାମ, ପୁରୀ, ଗଜପତି ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣି ଜାରି କରାଯାଇଛି।