କନକ ବ୍ୟୁରୋ: ରାଜ୍ୟର ୧୭ଟି ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା । କେନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର,ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି,କେନ୍ଦୁଝର, ମୟୁରଭଂଜ,ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ସାଢେ ୪ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ, ୧୮ ତାରିଖ ସନ୍ଧ୍ୟା କିମ୍ବା ୧୯ ତାରିଖ ସକାଳ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ୨୦ ତାରିଖରେ ଲଘୁଚାପ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଖୋର୍ଦ୍ଧା, ନୟାଗଡ଼, ପୁରୀରେ ମଧ୍ୟମ ଧରଣର ବର୍ଷା ହେବ।
ଲଘୁଚାପର ପ୍ରଭାବରେ ୧୯ ତାରିଖ ରାତିରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୨୧ ତାରିଖ ରାତିଯାଏ ବର୍ଷିବ। ୨୨ ତାରିଖରେ ଏହା ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଛତିଶଗଡ଼ ଅଭିମୁଖେ ଅତିକ୍ରମ କରିବ ଏବଂ ୨୨ ତାରିଖ ବେଳକୁ ଓଡ଼ିଶାରେ ବର୍ଷା କମିଯିବ ଓ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/isolated_rain_3094.jpg)