ସାମ୍ନାକୁ ଆସିଲା ସାଂଘାତିକ ଖବର: ଅଧିକ ସମୟ ଧରି ମାସ୍କ ପିନ୍ଧିଲେ ସ୍ୱାସ୍ଥ୍ୟ ପାଇଁ ବଡ ବିପଦ !ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂଗଠନର ସୂଚନା, ଦୀର୍ଘ ସମୟ ଯାଏଁ ମାସ୍କ ବ୍ୟବହାର କଲେ ଶରୀରରେ ସୃଷ୍ଟି ହୋଇଥାଏ ଏଭଳି ସମସ୍ୟା

9,985

କନକ ବ୍ୟୁରୋ: କରୋନା ମହାମାରୀ ବିରୋଧରେ ମାସ୍କ ହେଉଛି ଏଭଳି ଏକ ଅସ୍ତ୍ର , ଯାହା ଆପଣଙ୍କ ପାଖରେ ଥିଲେ ଆପଣ କରୋନା ସଂକ୍ରମିତ ହେବା ଆଶଙ୍କା ଖୁବ କମ ରହିଥାଏ । ତେଣୁ କରୋନା ଲଢେଇରେ ଜିତିବା ପାଇଁ ଏବେ ଫେସ ମାସ୍କକୁ ଭାରତରେ ମଧ୍ୟ ବାଧ୍ୟତାମୂଳକ କରିଦିଆଯାଇଛି । ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଘରୁ ବାହାରକୁ ବାହାରୁଛନ୍ତି ତେବେ ଆପଣ ଫେସ ମାସ୍କ ପିନ୍ଧି ହିଁ ବାହାରକୁ ବାହାରନ୍ତୁ । କିନ୍ତୁ ବର୍ତ୍ତମାନ ଫେସ ମାସ୍କକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ନିହାତି ଦ୍ୱନ୍ଦ୍ୱରେ ପକାଇ ଦେଇପାରେ ।

ତେବେ ଘଟଣାଟି ହେଉଛି, ଏବେ ସୋସିଆଲ ମିଡିଆରେ ଲଗାତର ଏଭଳି ଏକ ପୋଷ୍ଟ ସେୟାର କରାଯାଉଛି । ଯେଉଁଥିରେ ଲଗାତର ଅଧିକ ସମୟ ଧରି ମାସ୍କ ପିନ୍ଧିବା କାରଣରୁ ଶରୀରରେ ଅକ୍ସିଜେନର ମାତ୍ରା ହ୍ରାସ ପାଇବା ସହ ରକ୍ତରେ କାର୍ବୋନ ଡାଇକ୍ସାଇଡର ମାତ୍ରା ବୃଦ୍ଧି ପାଇଥାଏ । ହେଲେ କଣ ସତରେ ମାସ୍କର ଅଧିକ ମାତ୍ରାରେ ବ୍ୟବହାର ଦ୍ୱାରା ଶରୀରରେ ଅକ୍ସିଜେନର ମାତ୍ରା ହ୍ରାସ ପାଇଥାଏ ? ନା ଏଭଳି ଧରଣର ପୋଷ୍ଟ କେବଳ ଲୋକଙ୍କୁ ଭୟଭୀତ କରିବା ପାଇଁ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ତେବେ ଏସଂପର୍କରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂଗଠନର କହିବା କଥା ହେଲା, ଅଧିକାଂଶ ମାମଲାରେ ଦୀର୍ଘ ସମୟ ଧରି ମାସ୍କ ବ୍ୟବହାର ବିପଦଜ୍ଜନକ ହୋଇପାରେ । ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ, କାର୍ବୋନ ଡାଇଅକସାଇଡ ହାଇ ଲେବୁଲରେ ନିଶ୍ୱାସ-ପ୍ରଶ୍ୱାସ ନେବା ପ୍ରାଣଘାତୀ ହୋଇପାରେ । କାର୍ବୋନ ଡାଇଅକସ୍ପାଇଡରେ ଥିବା ହାଇପରକେନିଆ କାରଣରୁ ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦେଖିବାରେ ଅସୁବିଧା ସୃଷ୍ଟି ହେବା, ଫୋକସ କରିବାରେ ସମସ୍ୟା ଦେଖାଦେବା, କାନ ଭିତରେ ଶଦ୍ଦ ସୃଷ୍ଟି ହେବା ଏବଂ ବାତ ମାରିବା ଭଳି ସମସ୍ୟା ଦେଖାଦେଇପାରେ ।

ସାଧାରଣତଃ ବାୟୁ ମଣ୍ଡଳରେ କାର୍ବୋନ ଡାଇଅକ୍ସାଇଡର ମାତ୍ରା ୦.୦୪ ପ୍ରତିଶତ ରହିଥାଏ । ହେଲେ ଯଦି ଏହି ମାତ୍ରା ୧୦ ପ୍ରତିଶତ କିମ୍ବା ଏହାଠୁ ଅଧିକ ହୋଇଯାଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଯେତେବେଳେ ଆପଣ କୌଣସି ମାସ୍କ ପିନ୍ଧନ୍ତି ତେବେ ନିଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ଚାଲି ରହିଥାଏ । ଏହି ସମୟରେ ମାସ୍କ କାରଣରୁ ଅକ୍ସିଜେନର ପ୍ରବାହ କମ ରହିଥାଏ ଏବଂ କାର୍ବୋନ ଡାଇଅକ୍ସାଇଡର ମାତ୍ରା ବୃଦ୍ଧି ପାଇଥାଏ । କାହିଁକି ନା ଯେଉଁ ନିଶ୍ୱାସ ଆପଣ ଛାଡୁଛନ୍ତି ତାହା ମାକ୍ସରେ ହିଁ କିଛି ସମୟ ଧରି ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଛାଡି ଥିବା ନିଶ୍ୱାସ ଅର୍ଥାତ୍ କାର୍ବୋନ ଡାଇଅକ୍ସାଇଡକୁ ହିଁ ଅକ୍ସିଜେନ ସହ ନେଇଥାନ୍ତି ।

କିଭଳି ବ୍ୟବହାର କରିବେ ମାସ୍କ?

ଏନ୯୫ ମାସ୍କ ହେଲଥ କେୟାର ୱାକର୍ସ ପାଇଁ ନିହାତି ଜରୁରୀ । ହେଲେ ଯଦି ଆପଣ ଏଭଳି ମାସ୍କ ବାବହାର କରୁଛନ୍ତି ତେବେ ଏହାକୁ ଲଗାତାର ଦୀର୍ଘ ସମୟ ପର୍ଯ୍ୟନ୍ତ ଆଦୌ ପିନ୍ଧନ୍ତୁ ନାହିଁ । ବିଶେଷ କରି ଦୌଡିବ ସମୟରେ, ଦ୍ରୁତ ଗତିରେ ଚାଲିବା ସମୟରେ ଏନ୯୫ ମାସ୍କର ବ୍ୟବହାର ଆଦୌ କରନ୍ତୁ ନାହିଁ । ମାସ୍କ ବିନା ଘରୁ ବାହାରକୁ ବାହାରନ୍ତୁ ନାହିଁ । ହେଲେ ଦରକାରଠାରୁ ଟାଇଟ୍ ମାସ୍କ ପିନ୍ଧନୁ ନାହିଁ । ସେହିଭଳି ଘର ତିଆରି ମାସ୍କ ବ୍ୟବହାର କରିବା ବହୁତ ଭଲ । କାରଣ ଏଭଳି ମାସ୍କକୁ ପିନ୍ଧିଲେ ନିଶ୍ୱାସପ୍ରଶ୍ୱାସରେ କୌଣସି ଅସୁବିଧା ସୃଷ୍ଟି ହୋଇନଥାଏ । ସେହିଭଳି ଯଦି ମାସ୍କ ପିନ୍ଧିବା ପରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆପଣ ଅସୁବିଧା ଅନୁଭବ କରୁଛନ୍ତିି ତେବେ ମାସ୍କକୁ ତୁରନ୍ତ ଓହ୍ଲାଇ ଦିଅନ୍ତୁ ଏବଂ କୌଣସି ସୁରକ୍ଷିତ ଜାଗାରେ ବିଶ୍ରାମ କରିବା ସହ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।