ବାଲେଶ୍ୱର ଓକିଲ ପିନ୍ଧିବେନି ହେଲମେଟ୍ ? ଓକିଲ ସଂଘ କହିଲା, କୋର୍ଟ ପାଖରେ କରାନଯାଉ ଚେକିଂ। ଉଠିଲା ପ୍ରଶ୍ନ, ଆଇନର ଉଦ୍ଧ୍ୱର୍ରେ କି ଆଇନଜୀବୀ?

2,838

କନକ ବ୍ୟୁରୋ : ଆଇନର ଉଦ୍ଧ୍ୱର୍ରେ କଣ ଆଇନଜୀବୀ ? ବାଲେଶ୍ୱର ଓକିଲ ସଂଘର ଯୁକ୍ତି ଶୁଣିବା ପରେ ଆପଣ କିଛି ଏହିଭଳି ଅନୁଭବ କରିପାରିବେ । ବାଲେଶ୍ୱର ଓକିଲ ସଂଘର ସଭାପତି କହିଛନ୍ତି, କୋର୍ଟ ପାଖରେ କୌଣସି ଚେକିଂ କରାନଯାଉ । କୋର୍ଟରୁ କୋର୍ଟ ଯିବା ସମୟରେ ସେମାନେ ହେଲମେଟ ପିନ୍ଧିବେ ନାହିଁ ବୋଲି ମନାକରିଦେଇଛନ୍ତି । ପ୍ରଶ୍ନ ଉଠୁଛି, ଆଇନ ତା ବାଟରେ ଯିବ ନା ଓକିଲଙ୍କ ପାଇଁ ବଙ୍କା ହୋଇଯିବ ।

ହେଲମେଟ ପିନ୍ଧିବେନି ବାଲେଶ୍ୱର ଓକିଲ ! ଆଇନର ଉଦ୍ଧ୍ୱର୍ରେ କି ଆଇନଜୀବୀ ? ବାଲେଶ୍ୱରରେ ରାସ୍ତାର ଦୁଇ ପାଶ୍ୱର୍ରେ କୋର୍ଟ ଏବଂ ଗୋଟିଏ ରହିଛି ଟ୍ରାଫିକ ପୋଷ୍ଟ । ତେଣୁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟକୁ ଯିବା ସମୟରେ ହେଲମେଟ ପିନ୍ଧିବାକୁ ବାଧ୍ୟ ନ କରାଯାଉ । ଏନେଇ ପୋଲିସ ନିକଟକୁ ଏକ ଅନୁରୋଧ ପତ୍ର ମଧ୍ୟ ପଠାଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ବାଲେଶ୍ୱର ଓକିଲ ସଂଘର ଏହି ଦାବି କେତେ ଦୂର ନ୍ୟାୟ ସଙ୍ଗତ? ବାର ଆସୋସିଏସନ ସଭାପତି ଧମକ ବି ଦେଇଛନ୍ତି, ଯଦି ପୋଲିସ କୋର୍ଟ ନିକଟରେ ଯାଂଚ କରିବ ତେବେ ଏହାର ପ୍ରତିବାଦ କରାଯିବ ।

ଆଉ ଏବେ ପ୍ରଶ୍ନ ଉଠୁଛି,
୧-ସାଧାରଣ ଜନତାଙ୍କ ପାଇଁ ଓ ଓକିଲଙ୍କ ପାଇଁ ଆଇନ ଅଲଗା ଅଲଗା କି ?
୨-କାହାର ସୁବିଧା ଅନୁଯାୟୀ ପୋଲିସ କେଉଁଠି ଚେକିଂ କରିବ କି ?
୩-ମୋଟର ଯାନ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ କି ?

ବାଲେଶ୍ୱର ଓକିଲ ସଂଘ ଏହାର ଉତ୍ତର ରଖିବା ଉଚିତ ।