ପ୍ରତିଶ୍ରୁତି ପରେ ଥମିଲା ପାଣି ଯୁଦ୍ଧ

15

ଆଠଗଡ : ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ । ଆଜି ପାଣି ପାଇଁ ଆଠଗଡ ବ୍ଲକ ଓରନ୍ଦା ନିକଟ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ମହିଳା । ତେବେ ଆଠଗଡ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଲୋଚନା ପ୍ରତ୍ୟାହୃତ ହୋଇଛି । ଖୁବ ଶୀଘ୍ର ପାଣି ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଦୀର୍ଘଦିନ ହେବ ଗାଁରେ ଲାଗି ରହିଥିବା ପିଇବା ପାଣି ସମସ୍ୟାକୁ ନେଇ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । କିଛିଦିନ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ବାସିନ୍ଦା । ୧୫ ଦିନ ମଧ୍ୟରେ ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ମାତ୍ର ଆଜିସୁଦ୍ଧା ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳା ।