ଫୁଲୁଛି ବ୍ରାହ୍ମଣୀ ଏବଂ ଜଳକା ନଦୀର ଜଳସ୍ତର: ଖୋଲିଲା ମନ୍ଦିରା ଡ୍ୟାମର ସମସ୍ତ ଗେଟ; ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

384

କନକ ବ୍ୟୁରୋ: ହୀରାକୁଦର ଜଳସ୍ତର ପୁଣି ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଆଜି ଆଉ ୭ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ୭ଟି ଗେଟ୍ ଦେଇ ଜଳନିଷ୍କାସିତ ହେଉଥିବାରୁ ଏବେ ମୋଟରେ ୧୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ୬୨୦ ଦଶମିକ ଆଠ ସାତ ଶୂନ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର ୩୭୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୨ଲକ୍ଷ ୨୦ ହଜାର ୩୧୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଫୁଲୁଛି ଜଳକା । ବିପଦ ସଂକେତ ଉପରେ ପ୍ରବାହିତ ଜଳସ୍ତର । ନଦୀ ଜଳସ୍ତରର ବିପଦ ସଂକେତ ୫ଦଶମିତ ପାଂଚ ଶୂନ ଫୁଟ ରହିଥିବା ବେଳେ ଏବେ ୬ଦଶମିକ ଦୁଇ ଚାରି ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଜଳକାରେ ବନ୍ୟା ଆସିବା ଫଳରେ ଜଳେଶ୍ୱର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି । ଫଳରେ ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । ତେବେ ବନ୍ୟା ପରିସ୍ଥିତିର ମୁକାବିଲ ପାଇଁ ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

କମୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ନଦୀର ଜଳସ୍ତର ଖସିବା ପରେ ଜଳବନ୍ଦୀ ହୋଇ ରହିଥିବା ବାରିପଦା ସହରର ବିଭିନ୍ନ ତଳିଆ ଅଂଚଳରୁ ପାଣି ଛାଡିବାରେ ଲାଗିଛି । ସେହିପର ବାଙ୍ଗିରିପୋଷି ବ୍ଲକରେ ଜଳବନ୍ଦୀ ହୋଇ ରହିଥିବା ବିଭିନ୍ନ ପଂଚାୟତର ଅବସ୍ଥା ସୁଧୁରିବାରେ ଲାଗିଛି । ତେବେ ଏବେ ବି କେତେକ ସ୍ଥାନରେ ଗାଁ ଭିତରେ ପାଣି ରହିଛି । ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ଜଳସ୍ତର ବୃଦ୍ଧି ପାଇବାରୁ ମନ୍ଦିରା ଡ୍ୟାମର ସମସ୍ତ ଗେଟ୍ ଖୋଲାଯାଇଛି । ଡ୍ୟାମରେ ଥିବା ସମସ୍ତ ୧୧ଟି ଗେଟ୍ ଖୋଲାଯାଇଛି । ଗତକାଲି ସନ୍ଧ୍ୟାରେ ୫ଟି ଗେଟ୍ ଖୋଲାଯାଇଥିବାବେଳେ ବିଳମ୍ବିତ ରାତିରେ ଅବଶିଷ୍ଟ ଗେଟ୍ ଖୋଲାଯାଇଥିଲା । ଏବେ ୧୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଶଙ୍ଖ ନଦୀ ଉପରେ ନିର୍ମିତ ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୬୯୦ ଫୁଟ ରହିଛି । ତେବେ ଏହି ବନ୍ୟା ପାଣି ବ୍ରାହ୍ମଣୀ ନଦୀକୁ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

Exif_JPEG_420

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଛି । ଜଲଭଣ୍ଡାରର ବିପଦସ୍ତର ୧୫ ଶହ ୧୪ ଫୁଟ ହୋଇଥଇବାବେଳେ ବର୍ତ୍ତମାନ ସୁଦ୍ଧା ୧୪ ଶହ ୯୨ ପୁଟ ଜଳ ରହିଛି । ଜଳଭଣ୍ଡାରର ୪ ନମ୍ବର ଗେଟ ଓ ସ୍ଲୁଇସ ଗେଟ ଖୋଲା ଯାଇଛି । ପ୍ରତି ସେକେଣ୍ଡରେ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବାଲିମେଳା ଜଲଭଣ୍ଡାର ହେଉଛି ଓଡିଶା ଓ ଆନ୍ଧ୍ରପ୍ରଦେଶର ଯୁଗ୍ମ ପ୍ରକଳ୍ପ ।