ମାଲକାନଗିରିରେ ଡିଜେଲରେ ପାଣି ମିଶିବା ଘଟଣା : ଅପମିଶ୍ରିତ ତେଲର ନମୂନା ସଂଗହ କଲା ଯୋଗାଣ ବିଭାଗ

28

ମାଲକାନଗିରି : ମାଲକାନଗିରିରେ ଡିଜେଲରେ ପାଣି ମିଶିବା ଘଟଣାରେ ଯୋଗାଣ ବିଭାଗର ହସ୍ତକ୍ଷେପ । ଶିବମ ପେଟ୍ରୋଲ ପମ୍ପରେ ଚଢାଉ କରି ନମୂନା ସଂଗ୍ରହ କରିଛି ଯୋଗାଣ ବିଭାଗ । ଅପମିଶ୍ରିତ ତେଲକୁ ଲାବ୍ରୋଟୋରୀକୁ ପଠାଯାଇ ତାହାର ମାନ ପରୀକ୍ଷା କରାଯିବ । ଶିବମ ଫିଲିଂ ଷ୍ଟେସନ ପେଟ୍ରୋଲ ପମ୍ପରେ ପାଣି ମିଶା ଡିଜେଲ ଦିଆଯାଉଥିବା ଘଟଣା ଜଣାପଡିବା ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲିଟର ଲିଟର ଡିଜେଲ ବାହାର କରାଯାଉଥିବାବେଳେ ଏଥିରେ ଅଧିକ ମାତ୍ରାରେ ପାଣି ଥିବା ଜଣାପଡିଛି । ଗାଡିରେ ଏହି ଡିଜେଲ ପକାଇବା ପରେ ବ୍ରେକ ଡାଉନ ହୋଇଥିବା ଅଭିଯୋଗ କରିଛନ୍ତି କେତେକ ଗ୍ରାହକ । ଏଥିପାଇଁ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ତେଲରେ ପାଣି କିପରି ମିଶିଲା ସେନେଇ ପ୍ରଶ୍ନ ଉଠିଛି ।