ଦେଶରୁ ଭିଆଇପି ସଂସ୍କୃତି ହଟାଇବାକୁ ଆଉ ପାଦେ ଆଗେଇଲେ ସରକାର । ରାଷ୍ଟପ୍ରତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗାଡିରେ ଲାଗିବ ନମ୍ବର ପ୍ଲେଟ

45

ଦେଶରୁ ଭିଭିଆଇପି ସଂସ୍କୃତିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଆଉ ଏକ ପାଦ ଆଗକୁ ବଢାଇଛନ୍ତି । କଡା ପଦକ୍ଷେପ ନେବାକୁ ଅଂଟା ଭିଡିଛନ୍ତି କେନ୍ଦ୍ର ସରକାର । ଭିଭିଆଇପିଙ୍କ ଗାଡିରୁ ନାଲି ବତୀ ହଟାଇବା ପରେ ଏବେ ଭିଭିଆଇପିଙ୍କ ଗାଡିରେ ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସାଧାରଣ ଜନତାଙ୍କ ଭଳି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାମ୍ବିଧାନିକ ଅଧିକାରୀମାନେ ନିଜ ଗାଡିରେ ନମ୍ବର ପ୍ଲେଟ ଲଗାଇବା ପାଇଁ କେନ୍ଦ୍ରସରକାର ଚାହୁଁଛନ୍ତି । ବର୍ତ୍ତମାନ ଏହି ଅଧିକାରୀମାନେ ଭାରତର ପ୍ରତୀକ ବ୍ୟବହାର କରୁଛନ୍ତି କୌଣସି ନମ୍ବର ପ୍ଲେଟ ବ୍ୟବହାର କରୁନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗାଡିରେ ନମ୍ବର ପ୍ଲେଟ ଲଗାଇଛନ୍ତି । ଗତବର୍ଷ ମୋଦି ସରକାର ଭିଭିଆଇପି ଭଳି ଅପସଂସ୍କୃତି ରୋକ ଲଗାଇବା ଉଦ୍ଦେଶ୍ୟରେ ଗାଡିରୁ ନାଲି,ହଳଦିଆ ଓ ନୀଳବତୀ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜାନୁଆରୀ ୨ରେ କେନ୍ଦ୍ର ସଡକ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଂଜୟ କୋଠରୀଙ୍କୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି, ମୋଟର ଯାନବାହାନ ଅଧିନିୟମ ୧୯୮୮ ଆନୁସାରେ ରାଷ୍ଟ୍ରପତି ଭବନର ସବୁ ଗାଡିରେ ରେଜିଷ୍ଟ୍ରେସନ ନମ୍ବର ରହିବା ବାଧ୍ୟତାମୂଳକ । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ସଚିବ ସୁବା ରାଓ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟଶାସନ ସଚିବଙ୍କୁ ଏନେି ନୋଟିସ ଜାରି କରାଯାଇଛି ।

ଉଚ୍ଚପଦପଦବୀରେ ଥିବା ଅଧିକାରୀମାନଙ୍କ ଗାଡିରେ ନମ୍ବର ପ୍ଲେଟ ଲଗାଯିବା ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଆବେଦନରେ ଦର୍ଶାଯାଇଥିଲା କି ଗାଡିରେ ନମ୍ବରପ୍ଲେଟ ନରହିବା ଅର୍ଥ ୧୯୮୮ମୋଟର ଯାନବାହାନ ଆକ୍ଟ୪୧(୬) ଖୋଲାଖୋଲି ଉଲଂଘନ କରୁଛି । ତା ସହ ଏହି ନିୟମକୁ ଉଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆବେଦନରେ ଅନୁରୋଧ କରାଯାଇଥିଲା ।