ରଙ୍ଗିଲା ବାବାଙ୍କ ଭିଡିଓ ଭାଇରାଲ୍ ! ଏକାଧିକ ମହିଳାଙ୍କ ସହ ରାସଲୀଳା କରୁଥିବା ବାବାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ , ଭିଡିଓକୁ କେନ୍ଦ୍ରକରି ପୋଲିସର ତଦନ୍ତ ଜାରି

487

ରାଜସ୍ଥାନ ଜୋଧପୁରରେ ତଥାକଥିତ ଜଣେ ବାବାଙ୍କ କେଳେଙ୍କାରୀ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଭିଡିଓରେ ଗେରୁଆ ବେଶଧାରୀ ବାବା ଅନେକ ମହିଳାଙ୍କ ସହିତ ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ସାମନାକୁ ଆସିବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଜୋଧପୁରରେ କ୍ରୋଧିତ ଥିବା ଲୋକେ ଅଭିଯୁକ୍ତ ବାବାଙ୍କୁ ଗିରଫ କରିବା ପାଇଁ ଅଡି ବସିଛନ୍ତି ।

ଅଭିଯୁକ୍ତ ବାବାଙ୍କ ଅଶ୍ଲୀଳ ଭିଡିଓ ଏବଂ କ୍ରୋଧିତ ଲୋକଙ୍କୁ ଦୃଷ୍ଟିରେ ରଖି ପୋଲିସ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଭିଡିଓରେ ଅଭିଯୁକ୍ତ ବାବା ଅନେକ ମହିଳାଙ୍କ ସହିତ ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ନେଇ କୌଣସି ପ୍ରକାରର ସମ୍ଭାବିତ ପ୍ରତିକ୍ରିୟା ଉପରେ ପୁଲିସ ନଜର ରଖିଛି । ଜୋଧପୁରର ଡିସିପି ଧର୍ମେନ୍ଦ୍ର କୁମାରଙ୍କ ମୁତାବକ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ କେହି ଏହା ବିରୁଦ୍ଧରେ ମାମଲା ରୁଜୁ କରିନାହାନ୍ତି । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ନିଜ ତରଫରୁ ଏହି ଘଟଣାର ତଦନ୍ତ ଜାରି ରଖିଛି । ସୂଚନାନୁସାରେ, ପୂର୍ବରୁ ମଧ୍ୟ ବିଜେପି ସାଂସଦ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜଣେ ଯୁବତୀଙ୍କ ଠାରୁ ସାମିଲ୍ କରାଉଥିବା ନେଇ ଭିଡିଓ ଭାଇରାଲ ହେଇଥିଲା । ଯାହା ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିବା ସହ ବିଜେପିକୁ ଅନେକ ପ୍ରଶ୍ନବାଚୀର ସାମ୍ନା କରିବାକୁ ପଡିଥିଲା ।