ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ ! ଭୋଟ୍ ପ୍ରତିଶତ ଲଢେଇରେ ବଢିପାରେ ବିଜେପି, କମିପାରେ ବିଜେଡି । କଂଗ୍ରେସକୁ ଲାଗିପାରେ ବଡ ଝଟକା ।

278

କନକ ବ୍ୟୁରୋ : ୧୯ ଯୁଦ୍ଧର ସମସ୍ତ ପର୍ଯ୍ୟାୟ ଲଢେଇ ଶେଷ ହୋଇଛି । ଓଡିଶାରେ ୨୧ଟି ଲୋକସଭା ଆସନ ଏବଂ ୧୪୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇରହିଛି । ଆଉ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । କେଉଁ ଆସନରେ କିଏ ଜିତିବ, କିଏ ପଛରେ ପଡିଯିବ ତାର ଆକଳନ କରାଯାଇଛି । ଓଡିଶା ଇତିହାସରେ ସବୁଠୁ ବଡ଼ ଏକଜିଟ୍ ପୋଲ୍ କରିଛି ସମ୍ବାଦ ଓ କନକ ନ୍ୟୁଜ୍ । ଆସନ୍ତୁ ନଜର ପକାଇବା ବିଗତ ନିର୍ବାଚନରେ ଓଡିଶାରେ କେଉଁ ଦଳକୁ କେତେ ପ୍ରତିଶତ ଭୋଟ୍ ମିଳିଥିଲା ଏବଂ ଚଳିତ ନିର୍ବାଚନରେ କେତେ ପ୍ରତିଶତ ଭୋଟ୍ ମିଳିବ ।

ଲୋକସଭା ଭୋଟ୍ ପ୍ରତିଶତ :

ଏକଜିଟ୍ ପୋଲ ଆକଳନ ଅନୁସାରେ, ଚଳିତ ନିର୍ବାଚନରେ ବିଜେଡିକୁ ମିଳିପାରେ ୩୯ ପ୍ରତିଶତ ଭୋଟ୍ । ସେହିପରି ବିଜେପିକୁ ୪୨ ପ୍ରତିଶତ, କଂଗ୍ରେସକୁ ୧୬ ପ୍ରତିଶତ ଭୋଟ୍ ମିଳିପାରେ ।

ବିଗତ ନିର୍ବାଚନରେ ନଜର ପକାଇଲେ, ୨୦୧୪ରେ ବିଜେଡିକୁ ୪୪.୧୦ ପ୍ରତିଶତ, ବିଜେପିକୁ ୨୧.୫୦ ପ୍ରତିଶତ ଏବଂ କଂଗ୍ରେସକୁ ୨୬.୦୦ ପ୍ରତିଶତ ଭୋଟ୍ ମିଳିଥିଲା । ସେହିପରି ୨୦୦୯ ନିର୍ବାଚନରେ ବିଜେଡିକୁ ୩୭.୨୩, ବିଜେପିକୁ ୧୬.୮୯ ପ୍ରତିଶତ ଏବଂ କଂଗ୍ରେସକୁ ୩୨.୭୫ ପ୍ରତିଶତ ଭୋଟ୍ ମିଳିଥିଲା ।

ବିଧାନସଭା ଭୋଟ୍ ପ୍ରତିଶତ :

ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, ଚଳିତ ନିର୍ବାଚନରେ ବିଜୁ ଜନତା ଦଳକୁ ମିଳିପାରେ ୪୪ ପ୍ରତିଶତ ଭୋଟ୍ । ସେହିପରି ବିଜେପିକୁ ୩୨ ପ୍ରତିଶତ ଏବଂ କଂଗ୍ରେସକୁ ୨୦ ପ୍ରତିଶତ ଭୋଟ୍ ମିଳିପାରେ ।

ଅନ୍ୟପଟେ ଯଦି ବିଗତ ନିର୍ବାଚନ ଗୁଡିକ ଉପରେ ନଜର ପକାଇବା, ତେବେ ୨୦୧୪ ନିର୍ବାଚନରେ ବିଜେଡିକୁ ମିଳିଥିଲା ୪୩.୩୫ ପ୍ରତିଶତ ଭୋଟ୍ । ସେହିପରି ବିଜେପି ଖାତାରେ ୧୭.୯୯ ପ୍ରତିଶତ ଏବଂ କଂଗ୍ରେସ ଖାତାରେ ୨୫.୭୧ ପ୍ରତିଶତ ଭୋଟ୍ ପଡିଥିଲା । ୨୦୦୯ ନିର୍ବାଚନରେ ବିଜେଡିକୁ ୩୮.୮୬ ପ୍ରତିଶତ, ବିଜେପିକୁ ୧୫.୦୫ ପ୍ରତିଶତ ଏବଂ କଂଗ୍ରେସକୁ ୨୯.୧୦ ପ୍ରତିଶତ ଭୋଟ୍ ମିଳିଥିଲା ।