ଭଦ୍ରକର ଭିନ୍ନ ଜଣେ ବ୍ୟକ୍ତିତ୍ୱ ଶ୍ରୀଧର ମହାଳିକ। ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ, ତଥାପି ଜୀବନ ଯୁଦ୍ଧରେ ହାରିନାହାନ୍ତି ଶ୍ରୀଧର

ତାଙ୍କ ସୁମଧୁର କଣ୍ଠରେ ଗୀତ ଗାଇ ଗାଁ ଗାଁ ବୁଲି ପରିବାର ପାଇଁ ଯୋଗାଡ କରୁଛନ୍ତି ଦାନା

501

କନକ ବ୍ୟୁରୋ: ଭଦ୍ରକ ଭିନ୍ନ ଜଣେ ବ୍ୟକ୍ତିତ୍ୱ ଶ୍ରୀଧର ମହାଳିକ । ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ, ତଥାପି ଜୀବନ ଯୁଦ୍ଧରେ ହାରିନାହାନ୍ତି ଶ୍ରୀଧର । ଯଦିଓ ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ଅନେକ କଷ୍ଟ ସହିବାକୁ ପଡିଛି । ତଥାପି ସେ ଆଗକୁ ବଢିଛନ୍ତି । ଦିବ୍ୟାଙ୍ଗ ହୋଇ ବି ପେଟ ପାଇଁ ସେ କାହା ଉପରେ ନିର୍ଭର କରିନାହାନ୍ତି । ତାଙ୍କ ସୁମଧୁର କଣ୍ଠରେ ଗୀତ ଗାଇ ଗାଁ ଗାଁ ବୁଲି ପରିବାର ପାଇଁ ଦାନା ଯୋଗାଡ କରୁଛନ୍ତି ଶ୍ରୀଧର । ହେଲେ ପରିବାରର ଆର୍ଥିକ ଅନଟନ ଦୂର ହୋଇପାରୁନାହିଁ ।

ଶ୍ରୀଧର ମହାଳିକ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବଙ୍ଗାଳିପଦା ଗାଁର ଶ୍ରୀଧର ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି । ହେଲେ ଜୀବନରେ ସେ କେବେ ପଛକୁ ଫେରି ଚାହିନାହାନ୍ତି । ଭବାବନ ତାଙ୍କ ଆଖିରୁ ସିନା ଜ୍ୟୋତି ଛଡେଇ ନେଇଛନ୍ତି, କିନ୍ତୁ ତାଙ୍କ କଣ୍ଠରେ ମଧୁରତା ଭରି ଦେଇଛନ୍ତି । ଯାହାକୁ ଆଧାର କରି ଜୀବନର ରାସ୍ତାରେ ଆଗକୁ ବଢିଛନ୍ତି ଶ୍ରୀଧର । ଗୀତ ଗାଇ ଗାଁ ଗାଁ ବୁଲି ସହାୟତା ପାଇଁ କରି ପେଟ ପୋଷୁଛନ୍ତି । ଖାଲି ନିଜ ପେଟ ପୋଷୁଛନ୍ତି ତା ନୁହେଁ, ପୁରା ପରିବାରର ବୋଝ ମୁଣ୍ଡାଇ ଆଗକୁ ବଢୁଛନ୍ତି ଶ୍ରୀଧର ।

 

ଶ୍ରୀଧରଙ୍କ ମଧୁର କଣ୍ଠରେ ଭଗବାନଙ୍କ ଜଣାଣ ଗାଇ ଗାଇ ଗାଁ ଗାଁ ବୁଲିଥାନ୍ତି । ବିଭିନ୍ନ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଲ ମୃଦଙ୍ଗ ବଜାଇବା ସହ ଗୀତ ଗାଇଥାନ୍ତି ଶ୍ରୀଧର । ତାଙ୍କ ମାର୍ଜିତ ବ୍ୟବହାର ଓ ମଧୁର କଣ୍ଠସ୍ୱର ଶ୍ରୀଧରଙ୍କୁ ସମସ୍ତଙ୍କର ଆପଣାର କରିଛି । କିନ୍ତୁ କଥାରେ ଅଛି ନିଶ ପାଣିରେ ଶୋଷ ମେଂଟିନି, ଠିକ୍ ସେହିଭଳି ଶ୍ରୀଧର ଗୀତ ଗାଇ ଆଣୁଥିବା ସହାୟତାରେ ପରିବାରର ପେଟ ପୁରୁଛି ସିନା ହେଲେ ଆର୍ଥିକ ଅନଟନ ଦୂର ହୋଇ ପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରୀଧରଙ୍କୁ ଦିବ୍ୟାଙ୍ଗ ଭତା ମିଳୁଛି । ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିଛି, ହେଲେ ତାହା ସଂପୂର୍ଣ୍ଣ ହୋଇପାରିନାହିଁ ।