ଭିସ୍ତା ଚିଟଫଣ୍ଡ ଠକେଇ ମାମଲା : ସଂସ୍ଥାର ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିସ୍ତା ଚିଟଫଣ୍ଡ ଠକେଇ ମାମଲାରେ ସଂପତି ବାଜ୍ୟାପ୍ତି ପାଇଁ ଅର୍ଥ ବିଭାଗକୁ ଚିଠି ଲେଖିଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ । ସଂସ୍ଥାର ୧୪ ଏକର ଜମି, ୬ ଟି ଗାଡି ବାଜ୍ୟାପ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ସଂସ୍ଥାର ଏମଡିଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା ଭିସ୍ତା ଚିଟଫଣ୍ଡ ଠକେଇରେ ପ୍ରଭାବିତ ଶହ ଶହ ଜମାକାରୀ ହେଉଛନ୍ତି କଳାହାଣ୍ଡି, ବଲାଙ୍ଗିର, ନୂଆପଡା ଭଳିି ଅନେକ ଅଂଚଳ ର । କୋଟି କୋଟି ଟଙ୍କା ଠକି ନେଇଛି ସେମାନଙ୍କ ଠାରୁ ଭିସ୍ତା ଚିଟଫଣ୍ଡ କମ୍ପାନୀ । ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କା ଭିସ୍ତା ଲୁଟି ନେଇଛି ।