ଭାରତୀୟ ଟିମ୍ର ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ କହିଛନ୍ତି, ଟିମ୍ ଇନ୍ଦୋରରେ ଖେଳୁ ଅଥବା ଆଉ କେଉଁଠି ଖେଳୁ, ବିଜୟ ପ୍ରଦର୍ଶନ ବଳରେ ହିଁ ମିଳିଥାଏ। ବିରାଟ କୋହଲି ବୁଧବାର ଶୃଙ୍ଖଳା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ପଡ଼ିଆକୁ ଓହ୍ଲାଇ ଗଲେ ମ୍ୟାଚ୍ ଜିତିବ ନାହିଁ। ଏଥି ପାଇଁ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ଅଛି। ଇନ୍ଦୋରରେ ଯଦିଓ ଆମେ କେବେ ହାରିନାହୁଁ, ତଥାପି ଭଲ ଖେଳିବାକୁ ପଡ଼ିବ।
ସେ କହିଛନ୍ତି, ଆମେ କୌଣସି ଟିମ୍କୁ ହାଲୁକା ଭାବେ ନେଇପାରିବୁ ନାହିଁ। ଯେକୌଣସି ଟିମ୍ ଭଲ ପ୍ରଦର୍ଶନ କରିପାରିବ। ଯଦିଓ ଟି-୨୦ରେ ଆମେ ଶୃଙ୍ଖଳା ଜିତିଛୁ ତଥାପି ବାଂଲାଦେଶର ବୋଲରମାନେ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେମାନଙ୍କୁ ହାଲୁକା ଭାବେ ନିଆଯିବ ନାହିଁ।
ସୂଚନାଯୋଗ୍ୟ ଗତ ରବିବାର ଶେଷ ହୋଇଥିବା ଟି-୨୦ ଶୃଙ୍ଖଳାରେ ବାଂଲାଦେଶକୁ ଭାରତ ୨-୧ରେ ହରାଇଥିଲା। ଏହି ଶୃଙ୍ଖଳାରୁ କୋହଲି ବିଶ୍ରାମ ନେଇଥିଲେ ଏବଂ ତାଙ୍କ ସ୍ଥାନରେ ରୋହିତ ଶର୍ମା ଭାରତୀୟ ଟିମ୍ର ଦାୟିତ୍ୱ ନେଇଥିଲେ।