ବିରାଟଙ୍କୁ ଆଉ ଏକ ସମ୍ମାନ ! କ୍ରମାଗତ ତୃତୀୟ ଥର ପାଇଁ ହାସଲ କଲେ ଲିଡିଂ କ୍ରିକେଟର ଇନ୍ ଦ ୱାର୍ଲଡ ଟାଇଟଲ୍ ।

134

କନକ ବ୍ୟୁରୋ : ବିରାଟ କୋହଲିଙ୍କୁ ଆଉ ଏକ ସମ୍ମାନ । କୋହଲି ହୋଇଛନ୍ତି ଲିଡିଂ କ୍ରିକେଟର ଇନ୍ ଦ ୱାର୍ଲଡ । ୱିଜଡେନ୍ ଦ୍ୱାରା ଘୋଷିତ ତାଲିକାରେ କ୍ରମାଗତ ତୃତୀୟ ବର୍ଷ ପାଇଁ କୋହଲିଙ୍କୁ ଏହି ସମ୍ମାନ ମିଳିଛି । ୩୦ ବର୍ଷୀୟ ଏହି ଭାରତୀୟ କ୍ରିକେଟର ୱିଜଡେନ୍ ଦ୍ୱାରା ଘୋଷିତ ୫ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଇଂଲଣ୍ଡର ଜୋସ୍ ବଟଲର, ସାମ୍ କୁରିୟନ, କାଉଟିଂ ଚାମ୍ପିଅନସିପ୍ ବିଜେତା କ୍ୟାପଟେନ୍ ରୋରି ବର୍ଣ୍ଣସ୍ ଏବଂ ଇଂଲଣ୍ଡ ମହିଳା କ୍ରିକେଟର ଟାମି ବିଉମଂଟଙ୍କ ସହ ଭାରତର ବିରାଟ କୋହଲି ଏହି ଶ୍ରେଷ୍ଠ ୫ କ୍ରିକେଟରରେ ସ୍ଥାନ ପାଇଛନ୍ତି ।

କୋହଲି ୨୦୧୮ ମସିହାରେ ଆଇସିସି କ୍ରିକେଟର, ଟେଷ୍ଟ ଓ ଦିନିକିଆ ଖେଳାଳି ସମ୍ମାନ ହାସଲ କରିଥିଲେ ଗତ ଜାନୁଆରୀ ମାସରେ । ଏବେ ଏହି ସମ୍ମାନ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ଦେଇଛି । ୨୦୧୮ ମସିହାରେ କୋହଲି କ୍ରିକେଟର ତିନୋଟି ଫର୍ମାଟରେ ୨ ହଜାର ୭୩୫ ରନ୍ ସ୍କୋର କରିଛନ୍ତି । ଏହି ରନକୁ ସେ ୬୮ ଦଶମିକ ୩୭ ହାରରେ ସଂଗ୍ରହ କରିଛନ୍ତି ଯାହା ମଧ୍ୟରେ ରହିଛି ୧୧ଟି ଶତକ । ବିଶ୍ୱର ଶ୍ରେଷ୍ଠ ୫ କ୍ରିକେଟରଙ୍କୁ ଓିଜଡେନ୍ ପକ୍ଷରୁ ଟୁଇଟ୍ କରି ବଧେଇ ଦିଆଯାଇଛି ।