କନକ ବ୍ୟୁରୋ : ପୁଣି ଏକ ନୂଆ ରେକର୍ଡ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି । ନିଜ ଅଧିନାୟକ କ୍ୟାରିୟରରେ ୮ମ ଥର ବିରୋଧୀ ଟିମ୍କୁ ଫଲୋଅନ୍ ଦେଇଛନ୍ତି ବିରାଟ ।
ଭାରତ ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଆଜି ଅତିଥି ଟିମ୍ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାଳିରେ ୧୬୨ ରନରେ ଆଉଟ୍ କରିବା ପରେ ୩୩୫ ରନ୍ରେ ଅଗ୍ରଣୀ ଥିଲା । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୧୩୨ ରନ୍ କରି ୮ଟି ଓ୍ଵିକେଟ ହରାଇଛି । ଫଳରେ ଭାରତ ଠାରୁ ୨୦୩ ରନ୍ ପଛରେ ଅଛି ।
ଭାରତ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ରାଞ୍ଚିରେ ବ୍ୟାଟିଂ କରିଥିଲା, ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ରୋହିତ ଶର୍ମା ଓ ଆଜିଙ୍କ୍ୟ ରହାଣେ ଭାରତର ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ଦ୍ୱିତୀୟ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତ ୪୯୭ ରନରେ ପାଳି ଘୋଷଣା କରିଥିଲା ଏହା ପରେ ୨ ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍ମ୍ୟାନ୍ ପ୍ୟାଭିଲିୟନକୁ ଅତି ଶସ୍ତାରେ ଫେରିଥିଲେ । ଏହାରି ମଧ୍ୟରେ ଉମେଶ ଯାଦବ ଏକ ୧୫ ବର୍ଷର ପୂରୁଣା ରେକର୍ଡ ଭଙ୍ଗ କରିଛନ୍ତି । ସେ ଫ୍ଲେମିଙ୍ଗଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ରାଞ୍ଚି ପୂର୍ବରୁ ୨ଟି ଟେଷ୍ଟ ମ୍ୟାଚ୍ ଜିତିବା ପରେ ୩ୟ ଟେଷ୍ଟ ମ୍ୟାଚର ଶୃଙ୍ଖଳା ନିଜ ନାମରେ କରିବାକୁ ଭାରତ ଏକ ପ୍ରକାର ଚିନ୍ତା କରିଥିଲା । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ନିଜର ଆତ୍ମସମ୍ମାନ ପାଇଁ ପଡ଼ିଆକୁ ଓହ୍ଲାଇଥିଲା ।