ରେକର୍ଡ ଭାଙ୍ଗିଲେ ରନମେସିନ । ୧୧ ହଜାର ରନ୍ କରିବା ସହ ସଚିନଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପଟେନ କୋହଲି ।

811

ରେକର୍ଡ ଭାଙ୍ଗିଲେ ରନମେସିନ । କ୍ରିକେଟ ଭଗବାନଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପଟେନ କୋହଲି । ବିଶ୍ୱର ନମ୍ବର ୱାନ ବ୍ୟାଟସମ୍ୟାନ୍ କୋହଲି ପାକିସ୍ତାନ ବିପକ୍ଷରେ ୫୭ ରନ୍ କରିବା ସହ ୩୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ପାକିସ୍ତାନ ବିପକ୍ଷରେ ୫୭ ରନ୍ କରିବା ସହ ୧୧ ହଜାର କ୍ଲବରେ ସାମିଲ ହୋଇଛନ୍ତି କୋହଲି । ଆଉ ଏହାସହ ସବୁଠୁ କମ ଇନିଂସରେ ଏହି ମାଇଲଖୁଣ୍ଟ ପାର କରିଛନ୍ତି ବିରାଟ ।

ବିରାଟ ୨୨୨ ଇନିଂସରୁ ୧୧ ହଜାର ହାସଲ କରିବା ସହ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ୨୭୬ ଇନିଂସରୁ ଏହି କୀର୍ତ୍ତିମାନ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏହାପୂର୍ବରୁ ସବୁଠୁ କମ ଇନିଂସରେ ୮ ହଜାର, ୯ ହଜାର ଓ ୧୦ ହଜାର ରନ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି କୋହଲି ।

ତୃତୀୟ ଭାରତୀୟ ତଥା ବିଶ୍ୱର ନବମ ଖେଳାଳି ଭାବେ ବିରାଟ ଦିନିକିଆରେ ୧୧ ହଜାର ରନ୍ ହାସଲ କରିଛନ୍ତି । ଏହାପୂର୍ବରୁ ଭାରତୀୟ କ୍ରିକେଟର ଭାବେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ୧୧ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ।