ଭିନ୍ନ ମୋଡ ନେଲା ଭାଇରାଲ ଭିଡ଼ିଓ ଘଟଣା : ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଯୁବକ

41

କନକ ବ୍ୟୁରୋ : ଭିନ୍ନ ମୋଡ ନେଇଛି ଯୁବକଙ୍କ ଭାଇରାଲ  ଭିଡ଼ିଓ ଘଟଣା । ନ୍ୟାୟ ପାଇଁ ଯୁବକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୋମବାରଦିନ ରାଜଧାନୀର ଏକ ପାର୍କରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବତୀ ମାଡ଼ ମାରିଥିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାପରେ ସଂପୃକ୍ତ ଯୁବକ କମଳ ଅଗ୍ରୱାଲ ନ୍ୟାୟ ପାଇଁ  ସ୍ଥାନୀୟ ଏସଜିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ସଂପୃକ୍ତ ଯୁବକ ଅଭିଯୋଗ କରିଛନ୍ତି , ଗତ ୨୯ ତାରିଖରେ ତାଙ୍କୁ ଶୈଳଶ୍ରୀବିହାର ବୁଦ୍ଧ ପାର୍କକୁ ଡକାଯାଇ ଯୋଜନାବଦ୍ଧ ଭାବେ ଦୁଇଜଣ ଯୁବତୀ ମାଡ଼ ମାରିବା ସହ ଭିଡିଓ ରେକର୍ଡିଂ କରିଥିଲେ । ପରେ ଏହାକୁ ଭାଇରାଲ କରିଦେବେ ବୋଲି ବ୍ଲାକମେଲିଂ କରିଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ସଂପୃକ୍ତ ଯୁବକ ।