ରେଳ ଧାରଣରେ ଯୁବକଙ୍କ ଆତ୍ମଘାତୀ ଷ୍ଟଂଟ ! ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓ

30

ଶ୍ରୀନଗର : ଟ୍ରେନ ଆଗରେ ବିପଦପୂର୍ଣ୍ଣ ଷ୍ଟଂଟ କରିବା ଲୋକଙ୍କ ସଂଖ୍ୟାରେ କିଛି କମ୍ ନାହିଁ । ବିଶେଷକରି ଯୁବା ବର୍ଗମାନେ ନିଜ ଜୀବନକୁ ବିପଦରେ ପକାଇ ଏପରି ଷ୍ଟଂଟ କରିଥାନ୍ତି । ଏମିତି ଅନେକ ଖବର ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଛି । ଏବେ ଏପରି ଏକ ଖବର ନବଭାରତ ଟାଇମ୍ସରେ ପ୍ରକାଶିତ ।

ସୂଚନା ଅନୁସାରେ, କଶ୍ମୀରର ଏକ ଷ୍ଟଂଟ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ରେଳ ଧାରଣାରେ ଶୋଇଥିବାର ନଜର ଆସିଛି । ଖାଲି ଏତିକି ନୁହେଁ ସାମ୍ନାରୁ ଜୋରରେ ଆସୁଥିବା ଟ୍ରେନକୁ ଦେଖି ମଧ୍ୟ ସେ ରେଳ ଧାରଣାରୁ ହଟି ନଥିଲେ । ସାଧାରଣତଃ ସମସ୍ତେ ଟ୍ରେନ ଯାଉଥିବା ବେଳେ ପାଖରେ ଛିଡା ହୋଇଥିଲେ ଖୁବ୍ ଡର ଲାଗିଥାଏ । ହେଲେ ଏହି ଯୁବକ ବିପଦକୁ ଖାତିର ନକରି ଦେଉଥିଲେ ଷ୍ଟଂଟ ।

ଟ୍ରେନ ସାମ୍ନାରେ ଭୟଙ୍କର ଷ୍ଟଂଟ ଏମିତି ଥିଲା କି ଏହି ଯୁବକଙ୍କ ଉପରେ ଟ୍ରେନ୍ ଖୁବ୍ ଜୋରରେ ଅତିକ୍ରମ କରିଥିଲା । କିନ୍ତୁ ସେ ସେମିତି ସେଠାରେ ଶୋଇରହିଥିଲେ । ଯେତେବେଳେ ଟ୍ରେନ୍ ଚାଲିଯାଇଥିଲା । ସେ ବେଶ୍ ଆରାମରେ ଠିଆ ହୋଇଯାଉଥିଲେ । ଆଉ ସେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଜଣାଉଥିଲେ । ଜଣାପଡିଛି ଯୁବକଙ୍କର ଏହି କାରନାମାରେ ଲୋକେ ଖୁସି ହୋଇନାହାଁନ୍ତି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଏହି ଭିଡିଓକୁ ଟ୍ୱିଟ୍ କରି କହିଛନ୍ତି , ଏହା ଏକ ନିର୍ବୋଧପୂର୍ଣ୍ଣ କାରନାମା ଅଟେ । ମୋତେ ଏହି ଯୁବକଙ୍କର ଏହି କାର୍ଯ୍ୟ ଉପରେ ଭରସା ନାହିଁ । ସେ ବିପଦରେ ପଡିପାରନ୍ତି ।

ଏହାପୂର୍ବରୁ ମଧ୍ୟ ଏମିତି ଷ୍ଟଂଟ ସମୟରେ ଲୋକଙ୍କ ଜୀବନ ଯାଇଛି । ଅନେକ ଲୋକ ଏହି ଭିଡିଓକୁ ଶେୟାର ନକରିବାକୁ ମଧ୍ୟ କୁହାଯାଇଛି । ଏବଂ ଅନେକ ଲୋକ ଏହି ଯୁବକଙ୍କ ଗିରଫ ପାଇଁ ଦାବି ଉଠିଛି । ଲୋକଙ୍କୁ ଯେତେ ସଚେତନ କରାଗଲେ ବି , କେହି ମାନୁନାହାଁନ୍ତି । ନିଜ ଜୀବନକୁ ପାଣି ଛଡେଇ କରୁଛନ୍ତି ଷ୍ଟଂଟ । ଯାହାକୁ ସାଧାରଣ ମଣିଷର ଭାବନାର ବାହାରେ ।