ମିଶିଗଲେ ନେତା ଜନତା ! ନିର୍ଦ୍ଦେଶକଙ୍କ ସମର୍ଥନରେ ବୁର୍ଲାରେ ବାହାରିଲା ରାଲି

26

କନକ ବ୍ୟୁରୋ : ୪ ଦିନ ବିତିଗଲା, ହେଲେ ବୁର୍ଲା ସ୍ଥିତିରେ ସୁଧାର ଆସୁନି । ବରଂ ଦିନକୁ ଦିନ ଜଟିଳ ହୋଇପଡୁଛି । ଭିମସାର ନିର୍ଦ୍ଦେଶକଙ୍କ ସମର୍ଥନରେ ପୁରା ପଶ୍ଚିମ ଓଡିଶା । ୪୦ ରୁ ଅଧିକ ଅନୁଷ୍ଠାନ ଓ ବିଭିନ୍ନ ସଂଗଠନର ବିଶାଳ ଧାରଣା । ନୂଆ ମୋଡ ନେଇଛି ବୁର୍ଲାରେ ଡାକ୍ତର ବନାମ ନିର୍ଦେଶକ ବିବାଦ । ନିର୍ଦ୍ଦେଶକ ଅଶ୍ୱିନ ପୂଜାହାରୀଙ୍କୁ ସମର୍ଥନ କରି ଧାରଣାରେ ସାମିଲ ହୋଇଛନ୍ତି ପ୍ରାୟ ସବୁ ଦଳର ନେତା । ବିଜେପି, ବିଜେଡିର ତୁଙ୍ଗ ନେତା ବାହାରିଛନ୍ତି ନିର୍ଦ୍ଦେଶକଙ୍କ ସପକ୍ଷରେ । ଆଉ ବୁଦ୍ଧିଜୀବୀ ବତାଇଛନ୍ତି ସମାଧାନର ବାଟ ।

ଅଶାନ୍ତ ବୁର୍ଲା ମେଡିକାଲ୍ । ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି ଡାକ୍ତର-ନିର୍ଦ୍ଦେଶକ ବିବାଦ । ନିର୍ଦେଶକଙ୍କ ନିଲମ୍ବନ ଦାବିରେ ୪ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ପିଜି ଛାତ୍ର । ନିର୍ଦେଶକଙ୍କ ବଦଳି ନହେବା ଯାଏଁ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି ।

ଏହାରି ଭିତରେ ବୁର୍ଲା ମେଡିକାଲରେ ଯୋଗ ଦେଇଛନ୍ତି ନୂଆ ଡାକ୍ତର । ଗତକାଲି ସରକାର ପିଜି ଛାତ୍ରଙ୍କ ବିକଳ୍ପ ଭାବେ ୧୧୬ ଜଣ ନୂଆ ଡାକ୍ତରଙ୍କୁ ବୁର୍ଲାରେ ନିଯୁକ୍ତି ଦେଇଥିଲେ । ଆଜି ସେଥିରୁ କିଛି ଡାକ୍ତର ରୋଗୀ ସ୍ୱାସ୍ଥ୍ୟସେବାରେ ଯୋଗ ଦେଇଛନ୍ତି । ବୁର୍ଲା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଘନ ଘନ ବୈ÷ଠକ ବସୁଛି । ହେଲେ ସମାଧାନର ବାଟ ବାହାରୁନି ।