ଭିମସାର ନିର୍ଦ୍ଦେଶକ ଓ ଡାକ୍ତରୀ ଛାତ୍ର ବିବାଦ ଘଟଣା : ଆଜି ବସିଛି ସାଧାରଣ ପରିଷଦ ବୈଠକ

24

କନକ ବ୍ୟୁରୋ : ବୁର୍ଲା ଭିମସାର ନିର୍ଦ୍ଦେଶକ ଓ ଡାକ୍ତରୀ ଛାତ୍ର ବିବାଦ ଘଟଣାକୁ ନେଇ ଆଜି ବସିଛି ସାଧାରଣ ପରିଷଦ ବୈଠକ । ଏହି ବୈଠକରେ ହିଁ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେବ । ଏହା ସହ ଆଜି ବୁର୍ଲାକୁ ଆସୁଛନ୍ତି ଦୁଇ ଜଣ ଅବସରପ୍ରାପ୍ତ ସେନା ଅଧିକାରୀ । ଭିମସାର ନିର୍ଦ୍ଦେଶକ ଜଣେ ପୂର୍ବତନ ବାୟୁସେନା ଅଧିକାରୀ ହୋଇଥିବାରୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଅବସରପ୍ରାପ୍ତ ସେନା ଅଧିକାରୀ ଆସୁଛନ୍ତି ।

ବ୍ରିଗେଡିୟର ଅଭିମନ୍ୟୁଙ୍କ ନେତୃତ୍ୱରେ ୨ ଜଣିଆ ପ୍ରତିନିଧି ଦଳ ସନ୍ଧ୍ୟା ୫ଟାରେ ସମ୍ବଲପୁରରେ ପହଂଚିବେ । ଏହି ପ୍ରତିନିଧି ଦଳ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ସହ ଆନ୍ଦୋଳନରତ ଛାତ୍ରଛାତ୍ରୀ, ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରିବା ପରେ ପ୍ରତିରକ୍ଷା ବିଭାଗକୁ ରିପୋର୍ଟ ଦେବେ ।