ରାଜରାସ୍ତାରେ ଗଡିଲା ଗରା ! ପାଣି ପାଇଁ ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥ ଅବରୋଧ

28

କନକ ବ୍ୟୁରୋ : ପାଣି ପାଇଁ ରାଜରାସ୍ତାରେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଆଲାମୀ ପଂଚାୟତର ରୁଜାଙ୍ଗି ଗାଁରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି । ଗରା,ବାଲ୍ଟି ଧରି ଫୁଲବାଣି–ବ୍ରହ୍ମପୁର ରାଜପଥ ଅବରୋଧ କରିଛନ୍ତି ଶତାଧିକ ମହିଳା । ଖରା ବଢିବା ସାଙ୍ଗକୁ ସ୍ଥାନୀୟ ଅଂଚଳରେ ଜଳକଷ୍ଟ ବି ବଢିବାରେ ଲାଗିଛି । ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଗତ ତିନି ଚାରି ଦିନ ହେବ ପାଣି ନଆସିବାରୁ ଅସନ୍ତୋଷ ବୃଦ୍ଧି ପାଇ ଆନ୍ଦୋଳନର ରୂପ ନେଇଛି ।

ରୁଜାଙ୍ଗି ଅଂଚଳରେ ଅନ୍ୟ କୌଣସି ସୁବିଧା ନଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଛି । ହେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳରେ ପହଂଚି ନଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –