ଭାଇ ଘରେ ଭିଜିଲାନ୍ସ ରେଡ଼ କରାଇଲେ ବଡ଼ଭାଇ ! ଅଭିଯୋଗ ଆଣିଲେ ପୂର୍ତ୍ତ ବିଭାଗର ଯନ୍ତ୍ରୀ

45

କନକ ବ୍ୟୁରୋ : ଚିନ୍ମୟ ତ୍ରିପାଠୀ । ପୂର୍ତ୍ତ ବିଭାଗ ଯନ୍ତ୍ରୀ । ଚିନ୍ମୟଙ୍କ ବ୍ରହ୍ମପୁର ଗଜପତି ନଗର ଘରେ ପଶିଛି ଭିଜିଲାନ୍ସ । ଗୋଟି ଗୋଟି କରି ଚାଲିଛି ଛାନଭିନ୍ । ଟଙ୍କା, ସୁନା, ବ୍ୟାଙ୍କ ଖାତା ସବୁର ହିସାବ କରୁଛନ୍ତି ତଦନ୍ତ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ହେଲେ ଚଢାଉ ପଛରେ ସମ୍ପତ୍ତି ନୁହଁ ବରଂ ପାରିବାରିକ କଳହ ଥିବା କହିଛନ୍ତି ପୂର୍ତ୍ତ ବିଭାଗ ଯନ୍ତ୍ରୀ । ଜାଣିଶୁଣି ରେଡ୍ କରାଇଛି ଭିଜିଲାନ୍ସ ଭାଇ । ସମ୍ପତିରୁ ବାପା ବେଦଖଲ କରିବା ପରେ ବଡ ଭାଇ ଭିଜିଲାନ୍ସକୁ ମୋହରା କରିଥିବା ଚିନ୍ମୟ ଅଭିଯୋଗ କରିଛନ୍ତି ।

ସେପଟେ ଚିନ୍ମୟଙ୍କ ଘରୁ ଆୟ ବହିର୍ଭୁତ ସମ୍ପତ୍ତି ପାଇଥିବା କହିଛି ଭିଜିଲାନ୍ସ । ପୂର୍ତ୍ତର୍ ବିଭାଗ ଯନ୍ତ୍ରୀ ଚିନ୍ମୟ ତ୍ରିପାଠୀଙ୍କ ବାସଭବନ, ଶ୍ୱଶୁର ଘର ଏବଂ କାର୍ଯ୍ୟାଳୟରୁ ଏସବୁ ସମ୍ପତ୍ତି ମିଳିଛି । ଯାହା ମଧ୍ୟରେ କିଛି ଘର, ଜମି ଏବଂ ବ୍ୟାଙ୍କରେ ଜମାଟଙ୍କା ରହିଛି ।

ଗୋଟିଏ ପଟେ ଦୁଇ ଭାଇ ଅଭିଯୋଗ କରୁଛନ୍ତି, ଭିଜିଲାନ୍ସ ଭାଇ ଜାଣିଶୁଣି ରାଗ ସୁଝାଉଛି । ତେବେ ପ୍ରକୃତରେ ସତ କଣ ତାହା ପଦାକୁ ଆସିବା ଜରୁରୀ ହୋଇପଡିଛି ।