କନକ ବ୍ୟୁରୋ: ପିସି ମାଗିଲେ ସରକାରୀ ଅଧିକାରୀ । ଭିଜିିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ ଅଫିସର ବରିଷ୍ଠ କିରାଣୀ । ଆଜି ଜଣେ ଶିକ୍ଷୟତ୍ରିଙ୍କଠାରୁ ଲାଂଚ ନେବା ବେଳେ ସଂପୃକ୍ତ କିରାଣୀଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ତାଙ୍କ ପାଖରୁ ୨୦ ହଜାର ଲାଂଚ ଟଙ୍କା ଜବତ କରାଯିବା ସହ ଭିଜିଲାନ୍ସ ଗିରଫ କରିଛି ।
ନିମାପଡା ରଟିଲୋ ଦହିଜଙ୍ଗ ହାଇସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ସେନାପତିଙ୍କଠାରୁ ରେଗୁଲାଇଜେସନ ଅର୍ଡର ପାଇଁ କିରାଣୀ ଚିତ୍ତରଞ୍ଜନ ଖୁଣ୍ଟିଆ ୪୦ ହଜାର ଟଙ୍କା ମାଗିଥିଲେ । ଏଥିରେ ସସ୍ମିତା ଅକ୍ଷମତା ପ୍ରକାଶ କରିଥିଲେ । ଏହା ପରେ ଚିତରଞ୍ଜନ ଟଙ୍କା ନଦେଲେ ଅର୍ଡରକୁ କ୍ୟାନସଲ କରାଯିବ ବୋଲି କହିଥିଲେ । ଏ ନେଇ ସସ୍ମିତା ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ପରେ ଯୋଜନାବଦ୍ଧ ଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସରେ ଲାଂଚ ନେବାବେଳେ ଭିଜିଲାନ୍ସ ପକ୍ଷରୁ କିରାଣୀଙ୍କୁ ଗିରଫ କରାଯାଇଛି । ଟଙ୍କାରେ ଲାଗିଥିବା କେମିକାଲ ଚିତରଂଜନଙ୍କ ହାତରୁ ପଜିଟିଭ ବାହାରିଥିବାବେଳେ ତାଙ୍କ ଅଫିସ ସହ ସର୍ବୋଦୟ ନଗର ବାସଭବନରେ ଚଢାଉ କରାଯାଇଛି । କଥାବାର୍ତାର ଅଡିଓ ଟେପ୍ କନକ ନ୍ୟୁଜ ହାତରେ ଲାଗିଛି ।