ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜମପଡା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବାସ ଭବନରେ ଭିଜିଲାନ୍ସ ଚଢାଉ

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜଲାନ୍ସ ଚଢାଉ

211

କନକ ବ୍ୟୁରୋ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜମପଡା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ନାୟକଙ୍କ ବାସ ଭବନ ଉପରେ ଭିଜଲାନ୍ସ ଚଢାଉ କରଥିବା ସୂଚନା ମିଳିଛି । ଚଢାଉ ସମୟରେ ଭିଜଲାନ୍ସ ପ୍ରାୟ ଦେଢକୋଟି ଟଙ୍କାର ସମ୍ପତି ଜବତ କରିଛି । ପ୍ରାଥମିକ ତଦନ୍ତରେ ୫ଟି ଟ୍ରକ, ଅଧକେଜି ସୁନା,ଦୁଇଟି ମୋଟର ସାଇକେଲ ଏବଂ ଏକ ଅଲଟୋ କାର ଜବତ କରିଛି ଭିଜଲାନ୍ସ ।

ରଂଜନଙ୍କ ଘର, କଳପଡା ଶ୍ୱଶୁର ଘର, ଅଫିସ ଏବଂ ତାଙ୍କ ସଢୁଙ୍କ ଘରେ ଏକକାଳୀନ ଚଢାଉ ହୋଇଥିଲା । ତେବେ କିପରି ଭାବରେ ଜଣେ ଶିକ୍ଷକଙ୍କ ଘରୁ ଏତେ ପରିମାଣରେ ସମ୍ପତ୍ତି ଠାବ ହେଲା ତାହାର ତଦନ୍ତ ଚାଲୁଥିବା ସୂଚନା ମିଳିଛି ।