ଫେରିଲା ବିଧାନ ପରିଷଦ ଚର୍ଚ୍ଚା! ନିର୍ବାଚନ ପୂର୍ବରୁ ନବୀନଙ୍କ ନିଷ୍ପତିକୁ ବିରୋଧୀ କହିଲେ ଧୂଆଁବାଣ ।

71

ରାଜ୍ୟ ସରକାରଙ୍କୁ ପୁଣି ଘାରିଲା ବିଧାନ ପରିଷଦ ଗଠନ ଚିନ୍ତା । ଯାହା ୨୦୧୫ରୁ ଗଠନ ହୋଇ ପାରୁ ନାହିଁ ତାହା ପୁଣି ଚଳିତ ବର୍ଷ ଗଠନ କରିବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟରେ ଖୁବଶୀଘ୍ର ବିଧାନ ପରିଷଦ ଗଠନ କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଠନ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ପାଇଁ ଗଠିତ ଟିମ୍ ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଖୁବଶୀଘ୍ର ଗସ୍ତ କରିବେ । ଯେଉଁଠି ଗଠିତ ହୋଇଥିବା ବିଧାନ ପରିଷଦ ଗଠନର ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ପୂର୍ବରୁ ବିଧାନ ପରିଷଦ ଗଠନ ଦେଇ ୨୦୧୫ ମସିହାରେ ଡକ୍ଟର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁ କମିଟିରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଭୁଜବଳ ମାଝୀ, ମନୋହର ରନ୍ଧାରୀ ଓ ନିତିଶ ଗଙ୍ଗଦେବ ପ୍ରମୂଖ ବିଧାୟକମାନେ ସଦସ୍ୟ ଅଛନ୍ତି । ପୂର୍ବରୁ ମଧ୍ୟ କମିଟି ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ଉଭୟ ରାଜ୍ୟର ବିଧାନ ପରିଷଦ କାର୍ଯ୍ୟଧାରା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ସୁଦ୍ଧା ରାଜ୍ୟରେ ଗଠନ ହୋଇ ପାରି ନଥିଲା ବିଧାନ ପରିଷଦ । ତେବେ ବିରୋଧୀ ବିଜେପି କହିବା ମୁତାବକ ଯେହେତେୁ ନିର୍ବାଚନ ପାଖେଇ ଆସିଛି ପୁଣି ନବୀନ ବାବୁଙ୍କର ବିଧାନ ପରିଷଦ କଥା ମନେ ପଡିଛି । କାରଣ ଯେଉଁ ସରକାର ବିଧାନସଭା ଠିକ୍ ସେ ପରିଚାଳନା କରିବାର କ୍ଷମତା ନାହିଁ ,ତାଙ୍କୁ ପୁଣି କେଉଁ ବିଧାନ ପରିଷଦର ଆଶ୍ୟକ ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ ।

naveenସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଧାନ ପରିଷଦ ଗଠନ କରାଯାଇ ଥାଏ । କିନ୍ତୁ ଓଡିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ଅଧିକାଂଶ ରାଜ୍ୟରେ ବୃହତ ବିଧାନ ପରିଷଦ କାର୍ଯ୍ୟ କରୁଥିବା ସୁଚନା ମିଳିଛି । ତେବେ ବିଧାନ ପରିଷଦ ସଦସ୍ୟମାନେ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥାନ୍ତି । ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକିଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କର ବିଧାନ ପରିଷଦ ଗଠନକୁ ନେଇ ଚିନ୍ତା କରିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ୨୦୧୫ରୁ କ’ଣ ପାଇଁ ଏହି କମିଟି ବିଧାନ ପରିଷଦ ପ୍ରକିୟା, ପ୍ରଣାଳୀର ଅନୁଧ୍ୟାନ କରିବା ପାଇଁ ଯାଉ ନଥିଲେ? ଏବଂ ୩ ବର୍ଷ ପରେ ମନେ ପଡିଥିବା ବିଧାନ ପରିଷଦ ଗଠନ ସମ୍ପୂର୍ଣ୍ଣ ହୋଇ ପାରିବ ତ? ଏଭଳି ଅନେକ ପ୍ରଶ୍ନ ଏବେ ସାଧରଣରେ ଚର୍ଚ୍ଚା ହେବା ସ୍ୱଭାବିକ ।

ଅନ୍ୟ ରାଜ୍ୟ ଭଳି ଓଡିଶାରେ ବିଧାନ ପରିଷଦ ଗଠନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି । ପୂର୍ବରୁ ବିହାର, ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ଗଠନ କରାଯାଇଛି । ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ରାଜ୍ୟର ଆଇନ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବାର ସୁଯୋଗ ମିଳିବ । ଏହାକୁ ନେଇ ଓଡିଶାରେ ବିଭିନ୍ନ ସଂଗଠନ ଏବଂ ଅନେକ ରାଜନୈତିକ ବିଶାରଦ ମାନେ ଦାବି କରିଆସୁଥିଲେ ମଧ୍ୟ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନ ପରିଷଦ କଥା ମନେ ପଡିଛି ।