ପୁରୁଷ ବନ୍ଧୁଙ୍କ ସହ ସମୁଦ୍ର କୂଳରେ ବୁଲୁଥିବା ବେଳେ ନାବାଳିକାଙ୍କୁ ଘେରିଗଲେ ଦେହ ପିପାସୁ ରାକ୍ଷସ , ଆଉ ତା ପରେ…

41

କନକ ବ୍ୟୁରୋ : ରଜରେ ବେଳାଭୂମି ବୁଲିବାକୁ ଯାଇଥିବାବେଳେ ଜଣେ ଯୁବତୀଙ୍କୁ ବିବସ୍ତ୍ର କରି ଫଟୋ ଉଠାଇଛନ୍ତି କିଛି ଆସାମାଜିକ ଯୁବକ । ସେହି ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ପ୍ରଥମ ରଜରେ ରାଜନଗର ପେଣ୍ଠ ବେଳାଭୂମିରେ ପୁରୁଷ ବନ୍ଧୁଙ୍କ ସହ ବୁଲିବାବେଳେ ଏହି ଘଟଣା ଘଟିଥିଲା । ଯୁବତୀଙ୍କୁ ଟଣାଓଟରା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା । ଥାନାରେ ଅଭିଯୋଗ ହେବା ପରେ ରାଜନଗର ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

rajnagarସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଉପରେ ରୋକ ଲଗାଇବାକୁ ପୋଲିସର ନିର୍ଦ୍ଦେଶନାମା ସତ୍ୱେ ବାରମ୍ବାର ଏଭଳି ଘଟଣାସବୁ ସାମ୍ନାକୁ ଆସିବାରେ ଲାଗିଛି । ହାତରେ ସ୍ମାର୍ଟଫୋନ ଧରିଥିବା ଯୁବକ, ଯୁବତୀଙ୍କ ସାମ୍ନାରେ କୌଣସି ଆପତିଜନକ ଦୃଶ୍ୟ ପଡିଲେ ଏହାକୁ ତୁରନ୍ତ ସୋସିଆଲ ମିଡିଆରେ ଛାଡିଦେବା ଯେତିକି ସାଙ୍ଘାତିକ, ଜୋଦଜବରଦସ୍ତ କାହାରି ଭିଡିଓ ଉଠାଇବା ସେତିକି ବଡ ଅପରାଧ । ଏବେ ସେମିତି ଏକ ଭିଡିଓ ସହିତ ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜନଗରରୁ ।

ରାଜନଗର ବ୍ଲକ ପେଣ୍ଠ ବେଳାଭୂମି ବୁଲିବାକୁ ଯାଇଥିବା ଦୁଇଜଣ ପୁଅ-ଝିଅ କିଛି ଅସାମାଜିକ ଯୁବକଙ୍କ ହାବୁଡରେ ପଡିଯିବା ପରେ ଏଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ଏହି ପୁଅ-ଝିଅଙ୍କୁ ଚାରିପଟୁ ଘେରିଯାଇ ରିତିମତ ଧମକଚମକ ଦେବାସହ ଭିଡିଓ ଉଠାଉଛନ୍ତି କିଛି ଅଜଣା ଯୁବକ । ଆହୁରି ସାଙ୍ଘାତିକ କଥା ହେଉଛି, ଏହି ଭିଡିଓକୁ ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି ।

Rape-Child-crime

ଝିଅ ବୁଲି ଯାଇଥିବା ବେଳେ ତାସହ ହୋଇଥିବା ଏହି ଦୁର୍ବ୍ୟବହାର ସଂପର୍କରେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା । ଲିଖିତ ଅଭିଯୋଗରେ ଜଣାଇଛନ୍ତି ଯେ, ଝିଅ ତା ସାଙ୍ଗ ସହ ବୁଲିବାକୁ ଯାଇଥିବାବେଳେ ଏକୁଟିଆ ପାଇ ବିବସ୍ତ୍ର କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛନ୍ତି କିଛି ଯୁବକ । ଏହାକୁ ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି । ମୋବାଇଲ, ଗାଡିଚାବି ଓ ଟଙ୍କା ଛଡାଇ ନେଇଥିବା ମଧ୍ୟ ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଯୁବକ ଜିତୁ ସ୍ୱାଇଁ ଫୋନ କରି ଝିଅକୁ ଅଶ୍ଳୀଳ ଭାଷାରେ ଗାଳିଗୁଲିଜ କରିଥିବା ମଧ୍ୟ ଏତଲାରେ ଦର୍ଶାଇଛନ୍ତି ଝିଅର ବାପା ।

ରଜରେ ସାଙ୍ଗସହ ବୁଲିଯାଇଥିବା ଜଣେ ନାବାଳିକା ଝିଅକୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିବା ସହ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡିଦିଆଯାଇଛି । ଆଉ ଅଭିଯୋଗ ହେଉଛି ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ କେବଳ ଆଡଭାଇଜରୀ ଜାରି କରି ଚୁପ ବସିଛି । ତେବେ ପ୍ରଶ୍ନ ଉଠୁଛି,
– ରଜ ଭଳି ପର୍ବରେ ପର୍ଯ୍ୟଟନ ସ୍ଥଳୀରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କାହିଁକି ନଥିଲା?
– ସୋସିଆଲ ମିଡିଆରେ ଘୁରିବୁଲୁଥିବା ଭିଡିଓକୁ ରୋକିବାକୁ କି ପଦକ୍ଷେପ ନିଆଯାଇଛି?
– ଏକୁଟିଆ ଯୁବକ-ଯୁବତୀଙ୍କୁ ଦେଖି ଦୁର୍ବ୍ୟବହାର କରୁଥିବା ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ?