କନକ ବ୍ୟୁରୋ : ରାଜ୍ୟସଭାର ବିଦାୟୀ ଅଭିଭାଷଣ ପରେ ରେଣୁକା ଚୌଧୁରୀଙ୍କୁ ବ୍ୟଙ୍ଗ କଲେ ଭେଙ୍କିୟା ନାଇଡୁ । ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହୋଇଥିବାରୁ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ରଖିଥିଲେ ବିଦାୟୀ ଅଭିଭାଷଣ । ତାଙ୍କ ଓଜନକୁ ନେଇ ଅନେକ ନେତା ଚିନ୍ତିତ ଥିବା ଓ ରାଜନୀତିରେ ଓଜନ ଅଧିକ ହେବା ଉଚିତ ବୋଲି ସେ ଅଭିଭାଷଣରେ କହିଥିଲେ । ଏହାର ତୁରନ୍ତ ଜବାବ୍ ଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।
ରେଣୁକା ଚୌଧୁରି ନିଜ ଓଜନ କମାଇ ଦଳର ଓଜନ ବଢ଼ାଇବାକୁ ଧ୍ୟାନ ଦେବା ଉଚିତ ବୋଲି ଭେଙ୍କିୟା କହିଥିଲେ । ଏହାକୁ ନେଇ ରାଜ୍ୟସଭାରେ ପ୍ରବଳ ହାସ୍ୟରୋଳ ପ୍ରକାଶ ପାଇଥିଲା । ପୂର୍ବରୁ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ବେଳେ ଜୋରରେ ହସି ଚର୍ଚ୍ଚାକୁ ଆସିଥିଲେ ରେଣୁକା ଚୌଧୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/naidu-kcKI-621x414@LiveMint.jpg)
/kanak/media/post_attachments/wp-content/uploads/2018/03/renuka-choudhury-300x162.jpg)