ବଲିଉଡର ଲୋକପ୍ରିୟ ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷରେ ପରଲୋକ ! ସିନେମା ‘ଶୋଲେ’ ରେ କାଲିଆ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ ଏହି ଅଭିନେତା ।

1,894

ବଲିଉଡ୍ ସିନେ ଜଗତର ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷ ବୟସରେ ଆଜି ନିଧନ ହୋଇଯାଇଛି । ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବା ବିଜୁ ଖୋଟେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି । ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଅଭିନେତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆପଣଙ୍କୁ କହିରଖୁଛୁ ନବେ ଦଶକର ବ୍ଲକବଷ୍ଟର ସିନେମା ‘ଶୋଲେ’ ରେ ‘କାଲିଆ’ ଆଇକନିକ୍ ଚରିତ୍ରରେ ନଜର ଆସିଥିବା ବିଜୁ ଖୋଟେ ନିଜର ଗୋଟିଏ ଡାଇଲଗ୍ ପାଇଁ ଘରେ ଘରେ ପରିଚିତ ହୋଇଥିଲେ । ଏମିତିକି ନିଜ ନାଁରେ ସେ ଯେତେ ପରିଚିତ ନୁହଁନ୍ତି କାଲିଆ ନାଁରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଶଂସକଙ୍କ ଗହଣରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ବିଜୁ ଖୋଟେ ୧୯୬୪ ମସିହାରେ ସିନେ ଜଗତରେ ପାଦ ଥାପିଥିଲେ । ସିନେ ଜୀବନରେ ସେ ଅନେକ ମରାଠୀ ଏବଂ ହିନ୍ଦି ଫିଲ୍ମରେ କାମ କରିସାରିଛନ୍ତି । ଶୋଲେ ସିନେମାକୁ ଛାଡିଦେଲେ ନବେ ଦଶକର ଆଉ ଏକ କମେଡି ସିନେମା ‘ଅନ୍ଦାଜ୍ ଅପନେ ଅପନେ’ ରେ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା କରାଯାଏ ।

Comments are closed.