ବଲିଉଡ୍ ସିନେ ଜଗତର ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷ ବୟସରେ ଆଜି ନିଧନ ହୋଇଯାଇଛି । ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବା ବିଜୁ ଖୋଟେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି । ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଅଭିନେତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଆପଣଙ୍କୁ କହିରଖୁଛୁ ନବେ ଦଶକର ବ୍ଲକବଷ୍ଟର ସିନେମା ‘ଶୋଲେ’ ରେ ‘କାଲିଆ’ ଆଇକନିକ୍ ଚରିତ୍ରରେ ନଜର ଆସିଥିବା ବିଜୁ ଖୋଟେ ନିଜର ଗୋଟିଏ ଡାଇଲଗ୍ ପାଇଁ ଘରେ ଘରେ ପରିଚିତ ହୋଇଥିଲେ । ଏମିତିକି ନିଜ ନାଁରେ ସେ ଯେତେ ପରିଚିତ ନୁହଁନ୍ତି କାଲିଆ ନାଁରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଶଂସକଙ୍କ ଗହଣରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ବିଜୁ ଖୋଟେ ୧୯୬୪ ମସିହାରେ ସିନେ ଜଗତରେ ପାଦ ଥାପିଥିଲେ । ସିନେ ଜୀବନରେ ସେ ଅନେକ ମରାଠୀ ଏବଂ ହିନ୍ଦି ଫିଲ୍ମରେ କାମ କରିସାରିଛନ୍ତି । ଶୋଲେ ସିନେମାକୁ ଛାଡିଦେଲେ ନବେ ଦଶକର ଆଉ ଏକ କମେଡି ସିନେମା ‘ଅନ୍ଦାଜ୍ ଅପନେ ଅପନେ’ ରେ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/KALIA-2.jpg)
/kanak/media/post_attachments/wp-content/uploads/2019/09/images-9-3-300x169.jpg)
/kanak/media/post_attachments/wp-content/uploads/2019/09/12viju-khote2-300x167.jpg)