ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଏଣିକି କାର କିମ୍ବା ବାଇକରେ କରାଯାଇପାରିବନି ପରିବର୍ତ୍ତନ ।

220

କାର କିମ୍ବା ବାଇକ କିଣିବା ପରେ ଅନେକ ଚାଳକ ଗାଡିକୁ ନିଜ ପସନ୍ଦ ଅନୁଯାୟୀ ଡେକୋରେଟିଭ କରିଥାନ୍ତି । ଏପରିକି ଅନେକ ଗାଡିରେ ଏପରି ଡେକୋରେସନ ହୋଇଥାଏ ଯ, ତାହା କେଉଁ କମ୍ପାନୀର ଗାଡି ଜାଣିବା ମୁସ୍କିଲ ହୋଇଥାଏ । ଯଦି ଆପଣ ମଧ୍ୟ ନିଜ କାର କିମ୍ବା ବାଇକରେ ଏଭଳି କିଛି ପରିବର୍ତ୍ତନ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଯଦି ଆପଣ ଆପଣଙ୍କ ବାଇକ କିମ୍ବା କାରକୁ ଲକ୍ସଜରୀ କିମ୍ବା ସ୍ପେର୍ଟ୍ସ ଲୁକ ଦେବା ପାଇଁ କିଛି ପରିବର୍ତ୍ତନ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, କୌଣସି ପ୍ରକାର ମୋଟର ଯାନରେ ଏଭଳି ପରବର୍ତ୍ତନ କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ ମୋଟର ଯାନ ଅଧିନିୟମର ନିୟମାବଳୀକୁ ଉଲ୍ଲେଖ କରିବା ପରେ କହିଛନ୍ତି ଯେ, ଗୋଟିଏ ଗାଡିରେ ଏତେ ପରିବର୍ତ୍ତନ ହୋଇପାରିବ ନାହିଁ ଯେପରିକି ଗାଡିର ପଞ୍ଜୀକରଣ ସାର୍ଟିଫିକେଟରେ ଉଲ୍ଲେଖିତ ଥିବା ବିବରଣୀ ହିଁ ବଦଳିଯିବ । ଜଷ୍ଟିସ ଅରୁଣ ମିଶ୍ର ଏବଂ ବିନିତ ସରନ୍ ନିଜ ରାୟରେ କହିଛନ୍ତି ଯେ, ଗାଡିର ବେସିକ୍ ଫିଚର୍ସରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ।