ମହଙ୍ଗା ମାଡରେ ଦିଲ୍ଲୀଠାରୁ ବଳିଲା ଭୁବନେଶ୍ୱର

137

କନକ ବ୍ୟୁରୋ : ଦିଲ୍ଲୀଠାରୁ ମହଙ୍ଗା ଓଡିଶା । ଆଉ ଏହି ମହଙ୍ଗା ମାଡ ପନିପରିବା ଦରର । ସବୁ ପନିପରିବାର ଦର ଏବେ ଆକାଶଛୁଆଁ । ଯାହାକୁ ହାତ ଲଗାଇଲେ ୪୦ ଉପରେ । ରାଜଧାନୀ ଦିଲ୍ଲୀରୁ ବଳିଯାଇଛି ଦାମ୍ । ପାଖାପାଖି ଦୁଇ ଗୁଣ ରହିଛି ପ୍ରତ୍ୟେକ ପରିବା ର ଦର । କିଛି ପରିବା ର ଦର ୩ ଗୁଣ ଉପରେ ରହିଛି । ଆଉ ପନିପରିବାର ମହଙ୍ଗା ମାଡରେ ପେଶି ହେଉଛନ୍ତି ରାଜ୍ୟବାସୀ ।