ପରିବା ଦରରେ ନିଆଁ । ପିଆଜ ପରେ ୭୦ ଟପିଲା ପୋଟଳ କିଲୋପିଛା ଦର , ୬୦ ଛୁଇଁଲା କଲରା : ବାଇଗଣ , ବିନ୍, ଭେଣ୍ଡି କେଜି ୫୦ ଉପରେ ପରିବା ଦରରେ ନିଆଁ

807

କନକ ବ୍ୟୁରୋ : ପରିବା ଦରରେ ନିଆଁ । ବଜାରକୁ ଗଲେ ଡରାଉଛି ପରିବା ଦର । ପିଆଜ ପରେ ଏବେ ୭୦ ଟଙ୍କା ଟପି ଯାଇଛି ପୋଟଳ କିଲୋପିଛା ଦର । ସେହିପରି କଲରା କିଲୋପିଛା ଦର ମଧ୍ୟ ୬୦ ଉପରେ ରହିଛି । ବାଇଗଣ , ବିନ୍, ଭେଣ୍ଡି କେଜି ପିଛା ୫୦ ଉପରେ ରହିଛି । ଟିକେ ଭଲ ପରିବା ହେଲେ ଏହି ଦର ଆହୁରି ଉଚ୍ଚା ରହୁଛି । ତେବେ ଶୀତ ଦିନିଆ ପରିବା ଫୁଲ କୋବି କଥା ନକହିବା ଭଲ । ଛୋଟ ଛୋଟ କୋବି ଗୋଟା ପିଛା ୪୦ ଟଙ୍କା ଉପରେ ବିକ୍ରି ହେଉଛି ।

green-vegetables
image courtesy-
https://saastastebuds.files.wordpress.com

କୋବି ଯଦି ଟିକେ ବଡ ହେଲା ତାହେଲେ ଦର ୫୦ ଉପରେ । କିଛି ଦିନ ହେବ ପରିବାର ଦର ଏହି ଭଳି ଉଚ୍ଚା ରହୁଛି । ତେବେ ସବୁଠୁ ବଡ କଥା ହେଉଛି, ଆମେ ଦେଖାଉଥିବା ଏହି ଦର ଭୁବନେଶ୍ୱର ୧ ନମ୍ବର ହାଟର । ସହରର ଥିବା ଅନ୍ୟ ଛୋଟ ଛୋଟ ପରିବା ବଜାରର ଏହି ଦର ଆହୁରି ଉଚ୍ଚା ରହୁଛି । ପରିବା ଦର ଉଚ୍ଚା ରହୁଥିବାରୁ ଏହାର ସୁଯୋଗ ନେଇ ବେପାରୀମାନେ ମନଇଛା ରେଟରେ ବିକ୍ରି କରୁଛନ୍ତି । ଫଳରେ ହତାଶ ହେଉଛନ୍ତି ଗ୍ରାହକ ।