“ଅନ୍ତର୍ଜାତୀୟ ପ୍ରଭାବଶାଳୀ ମହିଳା ୨୦୧୮”ତାଲିକାରେ ସ୍ଥାନ ପାଇଛନ୍ତି ଦୀପିକା, ଟ୍ୱିଟ କରି ଜାହିର କରିଛନ୍ତି ଖୁସି

35

ଦୀପିକା ପାଦୁକୋଣଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ’ ରିଲିଜକୁ ନେଇ ସାରାଦେଶରେ ଭୟାବହ ଗଣ୍ଡଗୋଳ ହୋଇଥିଲା ସତ ମାତ୍ର ଏହି ଫିଲ୍ମ ରିଲିଜ ହେବା ପରେ ସଫଳତାର ଚରମ ସୀମାରେ ପହଂଚିବାରେ ସକ୍ଷମ ହୋଇପାରିଛି । ପଦ୍ମାବତ ଫିଲ୍ମ ସହ ଜଡିତ ବିବାଦ ପରେ ନିଜକୁ ମଜବୁତ କରି ଛିଡା ରହିଥିବା ଅଭିନେତ୍ରୀ ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮”ତାଲିକାରେ ସ୍ଥାନ ମିଳିଛି ।

 

ଲୋକପ୍ରିୟ ଅଭିନେତ୍ରୀ ଦୀପିକାଙ୍କ ଖୁସି କହିଲେ ନସରେ । ପଦ୍ମାବତ ଫିଲ୍ମକୁ ନେଇ ଦେଶ ବିଦେଶରେ ଚର୍ଚ୍ଚିତ ହେବା ପରେ ଏବେ ସେ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଟ୍ୱିଟ ଜରିଆରେ ଦୀପିକା ତାଙ୍କ ସଫଳତାର ଖୁସି ବ୍ୟକ୍ତ କରିଛନ୍ତି ।

ସିନେମା ଜଗତ ପ୍ରତି ତାଙ୍କର ଅବଦାନ, ପରପୋକାର କାର୍ଯ୍ୟ ଏବଂ ଖୁସି ଖୁସିରେ ବିବାଦକୁ ସାମ୍ନା କରିଥିବାରୁ ତାଙ୍କୁ ସମ୍ମାନିତ କରାଯିବ । ବର୍ତ୍ତମାନ ସେ ବଲିଉଡର ସବୁଠାରୁ ଅଧିକ ଆୟକାରୀ ଅଭିନେତ୍ରୀ । ଅଭିନୟ ବ୍ୟତୀତ ସାମାଜିକ କାର୍ଯ୍ୟରେ ମଧ୍ୟ ଦୀପିକାଙ୍କର ଯୋଗଦାନ ରହିଛି । ମାନସିକ ରୋଗୀଙ୍କ କଲ୍ୟାଣ ପାଇଁ ସେ ନିଜେ ‘ଲିଭ ଲାଫ ଲଭ’ଫାଉଣ୍ଡେସନ ସଙ୍ଗଠନ କରିଛନ୍ତି । କୌଣସି କ୍ଷେତ୍ରରେ ସେ କେବେ ହେଲେ ହାର ମାନି ନାହାନ୍ତି । ତେଣୁ ତାଙ୍କର ଏହି ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଯୋଗୁଁ ସେ ହୋଇପାରିଛନ୍ତି ବିଶ୍ୱର ପ୍ରଭାବଶାଳୀ ମହିଳା ।