ଡାକ୍ତରଖାନାରେ ଶିଶୁକନ୍ୟା ଜନ୍ମ ହେଲେ ମାଗଣାରେ କରନ୍ତି ଚିକିତ୍ସା,ନିଜ ବେତନରୁ ବାଣ୍ଟନ୍ତି ମିଠା ।

378

‘ମୁହଁ ମିଠା କରନ୍ତୁ, ନର୍ସିଙ୍ଗ ହୋମ୍ରେ ଶିଶୁକନ୍ୟା ଜନ୍ମ ନେଇଛି’- ଏହି କଥା ଡ଼ାକ୍ତର ସିପ୍ରା ଧରଙ୍କ ମୁହଁରୁ ପ୍ରତିଟି ଶିଶୁ କନ୍ୟା ଜନ୍ମ ହେବା ପରେ ଶୁଣିବାକୁ ମିଳିଥାଏ । ନର୍ସିଙ୍ଗ ହୋମ୍ରେ ଶିଶୁ କନ୍ୟା ଜନ୍ମ ହେଲେ ଟଙ୍କା ନ ନେବା ସହ ପୂରା ନର୍ସସିଙ୍ଗ ହୋମ୍ରେ ମିଠା ବାଣ୍ଟିଥାନ୍ତି ଡ଼ାକ୍ତର ସିପ୍ରା । ବିଏଚ୍ୟୁରୁ ଏମ୍ବିବିଏସ୍ ଏବଂ ଏମ୍ଡ଼ି କରିଥିବା ସିିପ୍ରା ବାରଣାସୀର ପାହାଡ଼ିଆ ଅଞ୍ଚଳରେ ନିଜର ନର୍ସିଙ୍ଗ ହୋମ୍ ଚଳାଉଛନ୍ତି । କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ପାଇଁ ଡ଼ାକ୍ତର ସିିପ୍ରା ଏହି ଉପାୟ ଆପଣାଇଥିବା ଜଣା ପଡ଼ିଛି ।

ଶିଶୁକନ୍ୟା ଜନ୍ମ ହେବା ପରେ ପରିବାରରେ ଦୁଃଖର ବାତାବରଣ ଛାଇ ଯାଇଥାଏ । ଦେଶରେ ଏବେ ବି କନ୍ୟାମାନଙ୍କୁ ବୋଝ ବୋଲି କିଛି ଲୋକ ଭାବୁଥିବା ବେଳେ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ଉପାୟ ଡ଼ାକ୍ତର ସିପ୍ରା ଆପଣାଇଛନ୍ତି । ପ୍ରସବ ପରେ ଯଦି ପରିବାର ଲୋକେ ଶିଶୁକନ୍ୟାକୁ ନେଇ ଦୁଃଖିତ ହୁଅନ୍ତି । ସେତେବେଳେ ଡ଼ାକ୍ତର ସିପ୍ରା ସେମାନଙ୍କୁ ମିଠା ଖୁଆଇବା ସହ ଏଭଳି ନ ଭାବିବା ପାଇଁ ବୁଝାଇଥାନ୍ତି । ଏ ପର‌୍ୟ୍ୟନ୍ତ ପ୍ରସବ କରାଇ ୧୦୦ଟି ଶିଶୁକନ୍ୟାକୁ ଦୁନିଆକୁ ଆଣିଥିବା ବେଳେ ଏ ନେଇ ସେ ବେଡ଼୍ ଚାର୍ଜ ଏବଂ ଅସ୍ତ୍ରୋପଚାରର ଖର୍ଚ୍ଚ ନେଇ ନଥିବା ଜଣା ପଡ଼ିଛି । ସିପ୍ରାଙ୍କ ଏହି କାମ ବିଷୟରେ ଜାଣି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସମ୍ମାନିତ କରିବା ସହ ଦେଶର ସବୁ ଡ଼ାକ୍ତରଙ୍କୁ ପ୍ରତି ମାସର ୯ ତାରିଖରେ ଜନ୍ମ ନେଉଥିବା ଶିଶୁକନ୍ୟା ପାଇଁ କୌଣସି ଟଙ୍କା ନ ନେବା ପାଇଁ ଆହ୍ଵାନ ଦେଇଥିଲେ ।