ପ୍ରେମ । ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି ପରି ଦିନ ଟିଏ, ଭଲ ପାଇବାର ଦିନଟିଏ ।
ଆଜି ଭାଲେଂଟାଇନ୍ ଡେ । ପ୍ରେମ ପାଇଁ ଦିନଟିଏ । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ଦୋକାନ ବଜାରରେ ବିକ୍ରି ଚାଲିଛି ଉପହାର ଆଉ ଗୋଲାପ ଫୁଲ । ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ ପାଇଁ ସଜବାଜ ହେଉଛି । ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନ ଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/LOVE.jpg)
/kanak/media/post_attachments/wp-content/uploads/2020/02/Happy-Valentines-750x430-300x172.jpg)