ଲୋକପ୍ରିୟତା ପାଇଁ ସୀମା ଲଂଘିଲେ ଅଭିନେତ୍ରୀ । ଶ୍ରୀ ରାମ ଲେଖା ହୋଇଥିବା ଅନ୍ତବସ୍ତ୍ର ପିନ୍ଧି ସୋସିଆଲ୍ ମିଡିଆରେ ଲୋକଙ୍କ ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ବାଣୀ କାପୁର
ନିଜର ଲୋକ ପ୍ରିୟତା ପାଇଁ ବଲିଉଡ ଅଭିନେତ୍ରୀ ବାଣୀ କାପୁର ଶ୍ରୀରାମ ଲେଖା ହୋଇଥିବା ଅନ୍ତବସ୍ତ୍ର ପିନ୍ଧିଥିବା ନଜର ଆସିଛନ୍ତି । ଏହିପରି ପୋଷାକ ପିନ୍ଧି ସୀମା ଲଂଘିଛନ୍ତି ଅଭିନେତ୍ରୀ ବାଣୀ କାପୁର । ସେ ଏହିପରି ଟପ୍ ପିନ୍ଧି ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ରାମ ଭକ୍ତଙ୍କୁ ମର୍ମାହତ କରିବା ସହିତ ଲୋକଙ୍କ ଧାର୍ମୀୟ ଭାବନା ପ୍ରତି କୁଠାରଘାତ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Wearing Lord Sri Raam’s name on the uncultured dresscode doesn’t give value to the actress Vani Kapoor @Vaaniofficial. This is hurting the sentiments of devotees of Lord Sri Raam. We uarge to removed such images from the site and value the devotees sentiments.#vaanikapoor https://t.co/v0jRJntB5w
— Pratibha Nayak (@prati_nayak) November 13, 2019
ବାଣୀ ଏପରି ଏକ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ହରେ ରାମ ଲେଖା ହୋଇଛି । ଏହି ଫଟୋକୁ ସାମାଜିକ ଗଣମାଧ୍ୟମରେ ଲୋକ ଦେଖି ତାଙ୍କ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି । ବାଣୀ ଏହି ପରି ହୀନ କାମ କରି ଲୋକଙ୍କ ଧାର୍ମୀୟ ଭାବନାକୁ ଆଘାତ କରିଥିବା ଆରୋପ ଲାଗିଛି । ଏହା ସହିତ ଲୋକେ ବାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ବାଣୀ ସୋସିଆଲ ମିଡିଆରୁ ନିଜର ଏହି ବିବାଦୀୟ ଫଟୋକୁ ହଟାଇ ଦେଇଥିବା ଜଣାପଡିଛି ।